Categories: କ୍ରୀଡା

ଭାରତର ବିରାଟ ବିଜୟ, ୨-୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ

ଭାରତର ବିରାଟ ବିଜୟ । ୨-୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ । ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ବିଶାଳ ୨୫୭ ରନ୍‌ରେ ହରାଇ ସିରିଜ୍‌ କବ୍‌ଜା କରିଛି ବିରାଟ ବାହିନୀ । ଏହା ସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ଅଷ୍ଟମ ଟେଷ୍ଟ ଜିତିଛି । ଏହି ମ୍ୟାଚ୍‌ ବିଜୟ ସହ ବିରାଟ କୋହଲୀ ହୋଇଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ୍‌ ଇତିହାସରେ ସଫଳତମ ଅଧିନାକୟ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଭାରତ ୨୭ଟି ଟେଷ୍ଟ ଜିତିଥିବା ବେଳେ କୋହଲୀ ୨୮ଟି ଟେଷ୍ଟ ମ୍ୟାଚ୍‌ ଜିତିଛନ୍ତି । ଘରୋଇ ୱେଷ୍ଟଇଣ୍ଡିଜ୍‌ ଆଗରେ ୪୬୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଏହି ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍‌ ୨୧୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା । ଉଭୟ ଇନିଂସରେ ସଫଳତାର ସହ ବ୍ୟାଟିଂ କରିଥିବା ହନୁମା ବିହାରୀ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ । ପୂରା ସିରିଜ୍‌ରେ ବିହାରୀ ୨୮୯ ରନ୍‌ କରିଥିବା ବେଳେ ରାହାଣେ କରିଥିଲେ ୨୭୧ ରନ୍‌ । ସେହିପରି ବୁମ୍‌ରାହ ୧୩ ଓ ଇଶାନ୍ତ ଶର୍ମା ସର୍ବାଧିକ ୧୧ଟି ଓ୍ଵିକେଟ୍‌ ନେଇଛନ୍ତି । ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆ ଦିନିକିଆ ଓ ଟି-୨୦ ପରେ ଟେଷ୍ଟ ସିରିଜ୍‌ ମଧ୍ୟ କବ୍‌ଜା କରିଛି ।

 

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

5 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

19 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

34 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

44 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

55 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago