ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ: ଅକ୍ଷର ପଟେଲ ମ୍ୟାନ୍‌ ଅଫ ସିରିଜ ଏବଂ ଅର୍ଶଦୀପ ସିଂ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍‌ ଜିତି ସିରିଜ ବିଜୟ କରିଛି। ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪-୧ରେ ଟି-୨୦ ସିରିଜ ଜିତିଛି। ରବିବାର ପଞ୍ଚମ ମ୍ୟାଚରେ ଭାରତ ୮୮ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୮୮ରନ୍ କରିଥିଲା । ଜବାବରେ ଟିମ୍‌ ଇଣ୍ଡିଆ ସ୍ପିନରଙ୍କୁ ସମ୍ମୁଖୀନ ହୋଇନପାରି ୱେଷ୍ଟଇଣ୍ଡିଜ୍ ଦଳ ୧୦୦ରନରେ ଅଲଆଉଟ୍ ହୋଇଯାଇଥିଲା । ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲ ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଅର୍ଶଦୀପ ସିଂଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା।

ସିରିଜ କବ୍ଜା କରି ସାରିଥିବାରୁ ଶେଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଭୁବନେଶ୍ୱର କୁମାର ବିଶ୍ରାମ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇଥିଲେ । ଟସ୍ ଜିତି ଭାରତ ବ୍ୟାଟିଂ କରିଥିଲା ।
ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓଡେନ ସ୍ମିଥ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଜାସନ ହୋଲ୍ଡର, ଡୋମିନିକ୍ ଡ୍ରେକ୍ସ ଓ ହେଡେନ ୱାଲ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଆରମ୍ଭ କରିଥିଲା ।

ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ସ୍ପିନର ସମ୍ମୁଖୀନ ହୋଇନପାରି ଘରୋଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୮୮ ରନ୍ ମଧ୍ୟରେ ଦଳ ୬ଟି ୱିକେଟ୍ ହରାଇଥିଲା। ଘରୋଇ ଦଳ ୧୦୦ ରନରେ ଅଟକି ଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବାବେଳେ ଅକ୍ଷର ଓ କୁଲଦୀପ ଯାଦବ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.