ଅଲିମ୍ପିକ୍ସ ହକିରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇଲା ଭାରତ, ୫୨ ବର୍ଷ ପରେ ବିଜୟ

ଅଲିମ୍ପିକ୍ସ ହକିରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ଭାରତ ଆଜି ୩-୨ରେ ମ୍ୟାଚ ଜିତିଛି । ହରମନପ୍ରୀତ ସିଂ ଦୁଇଟି ଓ ଅଭିଷେକ ଗୋଟିଏ ଗୋଲ ଦେଇଥିଲେ । ଭାରତ ପ୍ରଥମ କ୍ବାର୍ଟର ସୁଦ୍ଧା ୨-୦ରେ ଆଗୁଆ ଥିଲା । ୧୨ ଓ ୧୩ ତମ ମିନିଟରେ ଗୋଲ କରିଥିଲେ ଭାରତୀୟ ଖେଳାଳି । ଦ୍ବିତୀୟ କ୍ବାର୍ଟରର ୨୫ ତମ ମିନିଟରେ ଅଷ୍ଟ୍ରେଲିଆ ଗୋଲ କରି ମ୍ୟାଚକୁ ୨-୧ ସ୍ତରକୁ ଆଣିଥିଲା ।

ଭାରତ ପୁଣି ଥରେ ୩୨ ତମ ମିନିଟ ଓ ଅଷ୍ଟ୍ରେଲିଆ ୫୫ ତମ ମିନିଟରେ ଗୋଲ କରିଥିଲା । ଏହାସହ ଭାରତ ୩-୨ରେ ଜିତିଥିଲା ମ୍ୟାଚ୍ । ଅଲିମ୍ପିକ୍ସରେ ୧୯୭୨ରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ । ଏହାପରଠାରୁ ଅଷ୍ଟ୍ରେଲିଆଠାରୁ କେବେ ଜିତି ନଥିଲା ଭାରତ । ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ଆଜି ଥିଲା ଭାରତର ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ।

୫ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି ଭାରତ । ଗ୍ରୁପ ବିରେ ଥିବା ଭାରତ, ତିନିଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ହାରିଛି ଓ ଗୋଟିଏ ଡ୍ର ରଖିଛି । ନ୍ୟୁଜିଲାଣ୍ଡ, ଆୟରଲାଣ୍ଡ ଓ ଅଷ୍ଟ୍ରେଲିଆକୁ ଭାରତ ହରାଇଥିବା ବେଳେ ଆର୍ଜେଣ୍ଟିନା ସହ ଡ୍ର ରହିଥିଲା ମ୍ୟାଚ । କେବଳ ବେଲଜିୟମଠାରୁ ହାରିଥିଲା ଭାରତ । ଗ୍ରୁପ ବିରେ ଶୀର୍ଷରେ ବେଲଜିୟମ ଥିବା ବେଳେ ଦ୍ବିତୀୟରେ ରହିଛି ଭାରତ ।

You might also like