ଇଣ୍ଡିଆ ଅଷ୍ଟ୍ରେଲିଆ ଟେଷ୍ଟ : ପ୍ରଥମ ଇନିଂସରେ ୩୬୯ ରନରେ ଭାରତ ଅଲଆଉଟ୍
ମେଲବର୍ଣ୍ଣ ଟେଷ୍ଟରେ ପ୍ରଥମ ଇନିଂସରେ ୩୬୯ ରନରେ ଭାରତ ଅଲଆଉଟ୍ । ଗତକାଲି ୧୦୫ ରନରେ ଅପରାଜିତ ଥିବା ନୀତୀଶ ରେଡ୍ଡି ଆଜି ଆଉ ୯ ରନ୍ କରିବା ପରେ ୧୧୪ ରନରେ ଆଉଟ୍ ହୋଇଛନ୍ତି । ଲିଓନଙ୍କ ବଲରେ ଆଉଟ ହୋଇଛନ୍ତି ନୀତୀଶ । ଏହାପରେ ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି । ଦଳକୁ ଲାଗିଛି ପ୍ରାରମ୍ଭିକ ଝଟକା ।
ପ୍ରଥମ ଇନିଂସରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିବା ନବାଗତ ସାମ୍ କନଷ୍ଟାସ୍ ୮ ରନ୍ କରି ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ । ତେବେ କ୍ରିଜରେ ଜମି ଆସିଥିବା ଉସମାନ ଖାୱାଜା ୨୧ ରନ୍ କରି ମହମ୍ମଦ ସିରାଜଙ୍କ ଶିକାର ହୋଇଥିଲେ । ଦ୍ବିତୀୟ ଇନିଂସ ଖେଳ ଜାରି ରହିଥିବାବେଳେ ଅଷ୍ଟ୍ରେଲିଆ ୧୫୦ ରନରୁ ଅଧିକ ଆଗୁଆ ରହିଛି । ପ୍ରଥମ ଇନିଂସରେ ୪୭୪ ରନ୍ କରିଛି ଅଷ୍ଟ୍ରେଲିଆ ।