ଏଥର ଦିନେଶ କାର୍ତ୍ତିକ ବେକ ନ ଧରି ସିଧା ମୁଣ୍ଡକୁ କିସ୍‌ କଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତିନେଇଛି ଭାରତ। ଗତକାଲି ତୃତୀୟ ଟି-୨୦ ମ୍ୟାଚରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦନ ଜବରଦସ୍ତ ଖେଳିଥିଲେ। ହେଲେ ପୂର୍ବ ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ରେ ମଧ୍ୟ ରୋହିତ ଶର୍ମା ଏବଂ ଦିନେଶ କାର୍ତ୍ତିକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତୃତୀୟ ଟି-୨୦ ମ୍ୟାଚରେ ଏମିତି କିଛି ପୂର୍ବ ମ୍ୟାଚ୍‌ ଭଳି କିଛି ଘଟଣା ଦେଖିବାକୁ ମିଳିଥିଲା। ତୃତୀୟ ଟି-୨୦ ମ୍ୟାଚରେ ମଧ୍ୟରେ ରୋହିତ ଶର୍ମା ଓ୍ଵିକେଟ କିପର ଦିନେଶ କାର୍ତ୍ତିକଙ୍କ ଉପରେ ରାଗୁଥିବାର ନଜର ଆସିଥିଲେ। କିନ୍ତୁ ସଙ୍ଗେ ସଙ୍ଗେ କାର୍ତ୍ତିକଙ୍କ ହେଲମେଟ୍‌କୁ ଆସି କିସ୍‌ କରିଥିଲେ।

ଟିମ୍‌ ଇଣ୍ଡିଆ ବୋଲିଂ କରୁଥିବା ବେଳେ ୮ ଓଭରରେ ୟୁଜବେନ୍ଦ୍ର ଚହଲ ବୋଲିଂ କରୁଥିଲେ। ଏହି ଓଭରର ୪ଟି ବଲରେ ଗ୍ଲେନ ମ୍ୟାକ୍ସେଓ୍ଵଲ ଏକ ବଡ ସଟ୍‌ ଖେଳିଥିଲେ। ସେ ରନ୍‌ ନେବାକୁ ଦୌଡିବାକୁ ଆରମ୍ଭ କରିବା ବେଳେ ଫାଇନ ଲେଗରେ ଥିବା ଅକ୍ଷର ପଟେଲ ଭଲ ଥ୍ରୋ କରିଥିଲେ। କିନ୍ତୁ ଦିନେଶ କାର୍ତ୍ତିକ ବଲ୍‌କୁ ଷ୍ଟମ୍ଫରେ ଲଗାଇବା ପୂର୍ବରୁ ତାଙ୍କ ଗ୍ଲୋବ୍ସ ଷ୍ଟମ୍ପରେ ଲାଗିଯାଇଥିଲା। ଏହାକୁ ଦେଖି ରୋହିତ ଶର୍ମା ରାଗିଯାଇଥିଲେ।

ରିପ୍ଲେରେ ଦେଖିବାକୁ ମିଳିଥିଲା ଦିନେଶଙ୍କ ଗ୍ଲୋବ୍ସ ବାଜି ଗୋଟେ ଷ୍ଟମ୍ପ ପଡିଥିବା ବେଳେ ବଲ୍‌ ବାଜି ଦ୍ୱିତୀୟ ଷ୍ଟମ୍ପ ପଡିଛି। ଥାର୍ଡ ଅମ୍ପାୟର ମ୍ୟାକ୍ସେଓ୍ଵଲଙ୍କୁ ଆଉଟ୍‌ ଦେବା ପରେ ବହୁତ ଖୁସି ନଜର ଆସିଥିଲେ ରୋହିତ। ଆଉ ପୂର୍ବରୁ ରାଗିଥିବା ରୋହିତ ଦୌଡି ଯାଇ କାର୍ତ୍ତିକଙ୍କ ହେଲମେଟକୁ କିସ୍‌ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିନେଇଛି। ୨-୧ରେ ନିଜ ନାମରେ ସିରିଜ କବଜା କରିଛି। ଅଷ୍ଟ୍ରେଲିଆ ଟିମ୍‌ ଇଣ୍ଡିଆକୁ ତୃତୀୟ ଟି-୨୦ ମ୍ୟାଚରେ ୧୮୭ର ଟାର୍ଗେଟ ଦେଇଥିଲା। ଯାହାକୁ ଭାରତ ମାତ୍ର ୪ ଓ୍ଵିକେଟ ହରାଇ ଜିତିନେଇଛି। ବିରାଟ କୋହଲି ୬୩ ରନ୍‌ ଏବଂ ସୂର୍ଯ୍ୟକୁମାର ଯାଦବ ୬୮ ରନ୍‌ କରି ଭାରତକୁ ସହଜ ବିଜୟ ଦେଇଥିଲେ।

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ୫୨ ବଲରେ ୮୭ ରନ ଦରକାର କରୁଥିବା ବେଳେ ୮ ଓ୍ଵିକେଟ ବାକି ଥିଲା। ଠିକ୍ ଏହି ସମୟରେ ଉମେଶ ଯାଦବ ବୋଲିଂ କରୁଥିଲେ। ୧୨ ଓଭର ୩ ବଲରେ ସ୍ମିଥ କଟ୍ ଲଗାଇବାକୁ ଚେଷ୍ଟା କରୁଥିବା ବେଳେ ବଲଟି କାର୍ତ୍ତିକଙ୍କ ଗ୍ଲୋବ୍ସରୁ ଚାଲିଯାଇଥିଲା। ସମସ୍ତ ଖେଳାଳି ଜୋରଦାର ଅପିଲ୍ କରିଥିଲେ। କିନ୍ତୁ କାର୍ତ୍ତିକ ଏହାକୁ ନେଇ ସ୍ପଷ୍ଟ କରିନଥିଲେ।

ରୋହିତ ଶର୍ମା ଏବଂ ଅନ୍ୟ ଖେଳାଳି ବ୍ୟାଟ ଏବଂ ବଲ୍ ବାଜିବା ନେଇ ଶବ୍ଦ ଆସିଥିଲେ। ଏହାକୁ ନେଇ ରୋହିତ ରିଭ୍ୟୁ ନେଇଥିଲେ ଏବଂ ଦିନେଶ କାର୍ତ୍ତିକଙ୍କ ପାଖକୁ ଯାଇ ଚିତ୍କାର କରିଥିଲେ। ତେଣୁ ସମସ୍ତେ ଯଦି ଅପିଲ କରୁଥିଲେ, ତେବେ କାର୍ତ୍ତିକ କ’ଣ ପାଇଁ ଦେଖିପାରିନଥିଲେ। ଶେଷରେ ରିଭ୍ୟୁରେ ସ୍ମିଥ ଆଉଟ ହୋଇଥିଲେ। ଏହି ଓଭରରେ ଉମେଶ ମ୍ୟାକ୍ସେଓ୍ଵଲଙ୍କୁ ଆଉଟ୍ କରିଥିଲେ। ଏହାପରେ ରୋହିତ ମଜାକରେ କାର୍ତ୍ତିକଙ୍କ ବେକ ଧରିପକାଇଥିଲେ। ଯାହାର ଭିଡିଓ ଭାଇରଲ ହୋଇଥିଲା।

Also Read : କମାଲ କଲେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ: ୬ ୱିକେଟରେ ମ୍ୟାଚ୍ ଜିତି ସିରିଜ୍ ଜିତିଲା ଭାରତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.