ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟି 20ରେ ପାକିସ୍ତାନକୁ ୮ ୱିକେଟରେ ହରାଇଲା ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚାଲିଥିବା ଟି 20 ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ । ଭାରତୀୟ ମହିଳା ଦଳ ଉତ୍ତମ ବୋଲିଂଗ ପ୍ରଦର୍ଶନ କରିବା ପରେ ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାକିସ୍ତାନ ଠାରୁ ମ୍ୟାଚ ହାତେଇ ପାରିଛି ଭାରତୀୟ ଦଳ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ ସ୍କୋର କରିଥିଲେ । ପରେ ଭାରତୀୟ ଦଳ ମାତ୍ର ୨ ୱିକେଟ ହରାଇ ୧୦୦ ରନର ଟାର୍ଗେଟକୁ ସହଜରେ ହାସଲ କରିପାରିଥିଲେ । ୮ ୱିକେଟରେ ମ୍ୟାଚ ଜିତିବା ପରେ ଭାରତୀୟ ଦଳର ମନବଳ ଦୃଢ଼ ହୋଇପାରିଛି । ଶେଫାଳି ବର୍ମା ୧୬ ରନ କରି ଆଉଟ ହୋଇଥିବା ବେଳେ ହେଲେ ସ୍ମୃତି ମନ୍ଧନା କ୍ରିଜ୍‌ରେ ୪୨ ବଲ୍‌ରେ ଅପରାଜିତ ୬୩ ରନ ସ୍କୋର କରିଥିଲେ । ସ୍ମୃତି ୩ଟି ଛକା ମାରିବା ସହିତ ୮ଟି ଚୌକା ମାରିଛନ୍ତି ।

ସାଭିନେନି ମେଘନା ୧୪ ରନ୍‌ରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଜେମିମା ରୋଡ୍ରିଗୁସ୍୨ ରନ୍ କରି ଅପରାଜିତ ଥିଲେ। ଶେଷରେ ମନ୍ଧନା ଗୋଟେ ଚୌକା ମାରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ୧୧.୪ ଓଭର ଖେଳି ଭାରତ ବିଜୟ ଲକ୍ଷ୍ୟ ପୂରଣ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.