ଜୁନିଅର ହକି ବିଶ୍ବ କପ୍: ଭାରତ ପ୍ରଥମ ମ୍ୟାଚରେ ଫ୍ରାନ୍ସ ଠାରୁ ୪-୫ ଗୋଲରେ ପରାସ୍ତ

କେନ୍ୟୁଜ୍(ବ୍ୟୁରୋ):  ହକି ଜୁନିଅର୍ ବିଶ୍ଵକପ ରେ ପ୍ରଥମ ମ୍ୟାଚ ଶୋଚନୀୟ ଭାବରେ ହାରିଲା ଭାରତ। ଫ୍ରାନ୍ସ ପ୍ରଥମ ୫୦ ସେକେଣ୍ଡରେ ହିଁ ପ୍ରଥମ ଗୋଲ୍ କରି ଭାରତକୁ ବେକଫୁଟ କୁ ନେଇ ଯାଇଥିଲା।ଫ୍ରାନ୍ସ ତରଫରୁ ସର୍ବାଧିକ ଅଧିନାୟକ  ଟିମୋଥି କ୍ଲିମେଣ୍ଟ ୩ ଟି ଗୋଲ୍ କରିଥିଲେ। ଅପରପକ୍ଷେ ଭାରତ ତରଫରୁ ଏତେ ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳି ନଥିଲା। ପ୍ରଥମ କ୍ୱାଟର ସୁଦ୍ଧା ଉଭୟ ଦଳ ୨-୨ ଥିବା ବେଳେ ଫ୍ରାନ୍ସ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ କ୍ୱାଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୫-୩ରେ ଆଗୁଆ ରହିଥିଲା। କିନ୍ତୁ ଶେଷ କ୍ଵାଟରରେ ଶେଷ ୪ ମିନିଟରେ ଖେଳ ରୋମଞ୍ଚକ ହେଇଥିଲା।

ଭାରତ ତରଫରୁ  ପଛକୁ ପଛ ୨ ଟି ଗୋଲ୍ ଦେଇଥିଲେ ଉପାଧିନାୟକ୍ ସଞ୍ଜୟ। ଏହା ସହିତ ଏହି ମ୍ୟାଚରେ ସଞ୍ଜୟ ଭାରତ ତରଫରୁ ସର୍ବାଧିକ ୩ ଟି ଗୋଲ୍ କରିଥିଲେ। ଆଜି ସମୁଦାୟ ୫ଟି ମ୍ୟାଚ ଖେଳା ଯାଇଥିଲା। ଉଦଘାଟନୀ ମ୍ୟାଚରେ ଭାରତ ସହ ଫ୍ରାନ୍ସର ମୁବାକିଲା ହୋଇଥିଲା  ୯ ମିନିଟ ୧୨ ସେକେଣ୍ଡରେ ପ୍ରଥମ ଗୋଲ ଦେଇଥିଲା ଭାରତ।  ଉତ୍ତମ ସିଂହ ଦେଇଥିଲେ ପ୍ରଥମ ଗୋଲ। ପରେ ୧୫ ମିନିଟ ଶେଷରେ ଭାରତୀୟ ଦଳର ଉପ ଅଧିନାୟକ ସଞ୍ଜୟ ଦେଲେ ଦ୍ୱିତୀୟ ଗୋଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.