ପ୍ରଥମ ଦିନିକିଆରେ ଭଦୋଦରାରୁ ଭାରତର ବିଜୟ ଅଭିଯାନ, ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ବର୍ଷ ଆରମ୍ଭରୁ ବିଜୟ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ। ଗୁଜରାଟର ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ବିଜୟୀ ହୋଇଛି ଟିମ ଇଣ୍ଡିଆ। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୩ ଶହ ରନ୍ କରିଥିଲା। ଟିମ ଇଣ୍ଡିଆ ୪୯ ଓଭରରେ ୬ ୱିକେଟ ହରାଇ ମ୍ୟାଚ ଜିତି ନେଇଥିଲା । ଛକା ମାରି ଦଳକୁ ବିଜୟ ଦେଇଛନ୍ତି କେ.ଏଲ ରାହୁଲ ।
ଟିମ ଇଣ୍ଡିଆ ପକ୍ଷରୁ ଶୁବମନ ଗିଲ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ। କିଙ୍ଗ କୋହଲିଙ୍କ ବ୍ୟାଟରୁ ଆଜି ରନ ବର୍ଷା ହୋଇଥିଲା। ବିରାଟ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୯୩ ରନ ସ୍କୋର କରିଥିଲେ। ରୋହିତ ଶର୍ମା ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୨୯ ବଲରେ ମାତ୍ର ୨୬ ରନ କରି ଆଉଟ ହୋଇଯାଇଥିଲେ। ସେହିପରି ହର୍ଷିତ ରାଣା-୨୯ ରନ କରିଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ବିଜୟ ଲାଭ କରି ୧-୦ରେ ସିରିଜ ଆଗୁଆ ରହିଛି ।