ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ରୋମାଞ୍ଚକର ଚାମ୍ପିଅନ୍ସ ଟ୍ରଫି ହାସଲ କଲା ଭାରତ, ୧୨ ବର୍ଷ ପରେ ପୁଣି ଥରେ ହାତେଇଲା ଚାମ୍ପିଅନ୍ସ ଟ୍ରଫି

ନୂଆଦିଲ୍ଲୀ : ସଂଘର୍ଷରୁ ବିଜୟ ପ୍ରାପ୍ତ କଲା ଭାରତ । ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଭାରତ ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ହରାଇ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି । ୨୫ ବର୍ଷ ତଳର ବଦଲା ନେଲା ଟିମ୍ ଇଣ୍ଡିଆ । ୧୨ ବର୍ଷ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ହାସଲ କଲା ଭାରତ । ଦୁବାଇରେ ହେଲା ଚାମ୍ପିଅନ୍ସ ଟ୍ରଫି ୱିନର ।

୨୫୨ ରନ୍ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ପରାସ୍ତ କରି କପ୍ ପାଇଁ ହକଦାର ହୋଇଛି । ଫାଇନାଲ୍‌ରେ ରୋହିତଙ୍କ ୭୬ ରନ୍ ସଂଯୋଗ ଦଳ ପାଇଁ ବହୁତ ବଡ ଫାଇଦା ଦେଇଥିଲା । ଜାଡେଜା ଶେଷରେ ୱିନିଂ ଫୋର୍ ମାରି ଦଳର ବିଜୟ ସହ ନିଜେ ବି ଅବିସ୍ମରଣୀୟ ହୋଇ ରହିବେ । ସେହିପରି କୁଳଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ବି ନ୍ୟୁଜିଲାଣ୍ଡ ପାଇଁ ଘାତକ ସାଜିଥିଲା । ଯାହା ଫଳରେ ନ୍ୟୁଜିଲାଣ୍ଡକୁ ମାତ୍ର ୨୫୧ ରନ ରେ ରହିବାକୁ ପଡିଥିଲା । ଆଜିର ଖେଳ ସବୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଅଭୁଲା ହୋଇ ରହିବ ।

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁବାଇରେ ଖେଳାଯାଇଥିଲା । ଟାଇଟଲ ପାଇଁ ଟିମ ଇଣ୍ଡିଆ ଆଗରେ ୨୫୨ରନର ଟାର୍ଗେଟ ରହିଥିଲା । ଚାମ୍ପିଅନସ ଟ୍ରଫିର ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୫୧ରନ କରିଥିଲା ନ୍ୟୁଜିଲାଣ୍ଡ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ।

ପ୍ରଥମରୁ ହିଁ ସ୍ପିନରମାନେ ବିସ୍ତାର କରିଥିଲେ। ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା କିୱି ଟିମ । ମିଚେଲ ୬୩ ଓ ବ୍ରିସୱେଲ ୫୩ ରନ କରି ଲଢୁଆ ପ୍ରଦର୍ଶନ କରିଥିଲେ। ରଚିନ ରବୀନ୍ଦ୍ର ୩୭ ଓ ଫିଲିପସ ୩୪ ରନ କରିଥିଲେ। ଟିମ ଇଣ୍ଡିଆରୁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସାମି ଓ ଜାଡେଜାଙ୍କୁ ଗୋଟଏ ଲେଖାଏଁ ୱିକେଟ ମିଳିଥିଲା। ୨୫ ବର୍ଷ ପରେ ବଦଲା ନେଇଛି ରୋହିତ ବାହିନୀ।