ବିଶ୍ୱ ଟି-୨୦ : ମାନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ସ୍ପିନରଙ୍କ ଯାଦୁ, ଭାରତ ୪୮ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆକୁ

ଗଏନା : ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଖେଳିଲା ଭାରତୀୟ ମହିଳା ଦଳ । ସ୍ମୃତି ମାନ୍ଧାନା ମାତ୍ର ୫୫ ବଲ୍‌ରେ ୮୩ ରନ୍‌ କଲେ ଓ ପରେ ଓ ଅନୁଜା ପାଟିଲ ମାତ୍ର ୪ ଓଭର ଭିତରେ ୧୫ ରନ୍‌ ଦେଇ ୩ ଓ୍ଵିକେଟ୍‌ ନେଲେ । ଗତକାଲି ଆଇସିସି ବିଶ୍ୱ ମହିଳା ଟି-୨୦ରେ ଭାରତ ୪୮ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଗ୍ରୁପ୍‌ ‘ବି’ରେ ଶୀର୍ଷ ସ୍ଥାନ ଦଖଲ କରିଛି । ପୂର୍ବରୁ ଟିମ୍‌ ଇଣ୍ଡିଆ ଲଗାତର ବିଜୟ ସହ ସେମିଫାଇନାଲରେ ପ୍ରଦେଶ କରି ସାରିଥିଲା ।

5
ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ଵିକେଟରେ ୧୬୭ ରନ୍‌ ସଂଗ୍ରହ କରିଥିଲା । ଯାହା ଅଷ୍ଟ୍ରେଲିଆ ବିରୋଧରେ ଭାରତର ସର୍ବାଧିକ ଦଳୀୟ ସ୍କୋର । ମାନ୍ଧାନାଙ୍କ ୮୩ ରନ୍‌ ହେଉଛି ଟି-୨୦ରେ ତାଙ୍କର ସପ୍ତମ ଅର୍ଦ୍ଧଶତକ । ସେ ତାଙ୍କର ୮୩ ରନ୍‌ ଭିତରେ ୯ଟି ଚୌକା ଓ ୩ଟି ଛକା ମାରିଥିଲେ । ତାଙ୍କ ସହିତ ତାଳ ଦେଇ ଅଧିନାୟିକା ହରମନପ୍ରୀତ କାଉର ୨୭ ବଲରୁ ୪୩ ରନ୍‌ ରନ୍‌ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଏଲିସ ପେରୀ ୧୬ ରନ ଦେଇ ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

mandhana
ସ୍ମୃତି ମାନ୍ଧାନା ମାତ୍ର ୫୫ ବଲ୍‌ରେ ୮୩ ରନ୍‌

ଜବାବରେ ଅଷ୍ଟ୍ରେଲିଆ ଦଳ ଆଉ ଦୁଇଟି ବଲ୍‌ ବାକି ଥାଇ ତାର ସବୁ ଓ୍ଵିକେଟ୍‌ ୧୧୯ ରନରେ ହରାଇଥିଲା । ଭାରତୀୟ ସ୍ପିନରମାନେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥିଲେ । ଭଲ ବୋଲିଂ କରିବା ପରେ ଏଲିସ୍‌ ପେରୀ ଦଳ ତରଫରୁ ସର୍ବାଧିକ ଅପରାଜିତ ୩୯ ରନ୍‌ କରିଥିବା ବେଳେ କୌଣସି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଓ୍ଵିକେଟରେ ଜମିବାକୁ ଦେଇ ନଥିଲେ ଭାରତୀୟ ବୋଲର୍‌ । ପାଟିଲଙ୍କ ବ୍ୟତୀତ ଦୀପ୍ତି ଶର୍ମା, ରାଧା ଯାଦବ ଓ ପୁନମ ଯାଦବ ସମସ୍ତେ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ଗ୍ରୁପ୍‌ ‘ବି’ରେ ଭାରତ ଅପରାଜେୟ ରହି ୪ଟି ମ୍ୟାଚ୍‌ରୁ ୮ ପଏଣ୍ଟ ଲାଭ କରିଛି । ତେବେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲରେ ପହଞ୍ଚି ସାରିଛି ।
ଆଜି ଇଣ୍ଡିଜ୍‌ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଏଥିରେ ପରାଜିତ ଦଳକୁ ସେମିଫାଇନାଲରେ ଭେଟିବ ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like