୩ୟ ଟେଷ୍ଟ : ଗଡ଼ ରକ୍ଷା ପାଇଁ କୋହଲି-ରାହାଣେଙ୍କ ଲଢ଼େଇ

ନଟିଂହାମ୍ : ୩ୟ ଟେଷ୍ଟରେ ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଛି । ଲର୍ଡ଼ସ ଟେଷ୍ଟରେ ଶୋଚନୀୟ ପରାଜୟ ସାଙ୍ଗକୁ ସିରିଜରେ ୦-୨ରେ ପଛୁଆ ଥିବା ଟିମ୍ ଇଣ୍ଡିଆ ପୂର୍ବ ମାଚ୍ ତୁଳନାରେ ଦ୍ଢ଼ ବ୍ୟାଟିଂ କରିଛି । ପ୍ରଥମ ୩ଟି ୱିକେଟ୍ ୮୨ ରନରେ ପଡ଼ିଯିବା ପରେ ଅଧିନାୟକ ବିରାଟ କୋହଲି ଏବଂ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ କରି ପାଳି ସମ୍ଭାଳିଛନ୍ତି । ଆଜି ମ୍ୟାଚରେ ଓପ୍ନର ମୁରଲୀ ବିଜୟଙ୍କୁ ବାଦ୍ ଦେଇ ପୁଣି ଶିଖର ଧବନଙ୍କୁ ଦଳରେ ସାମିଲ କରାଯାଇଥିଲା । ଧବନ ଓ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ । ରାହୁଲ ୨୩ ଓ ଧବନ ୩୫ ରନ୍ କରି ଇଂଲଣ୍ଡ ପେସ୍ ବୋଲର୍ ଓକ୍ସଙ୍କ ଶିକାର ହୋଇଥିଲେ ।
ପ୍ରଥମ ୱିକେଟ୍ ଭାଗିଦାରୀରେ ଏମାନେ ୬୦ ରନ୍ ଯୋଡ଼ିଥିଲେ । ପରେ ପୂଜାରା ମାତ୍ର ୧୪ ରନ୍ କରି ଓକ୍ସଙ୍କ ବଲରେ ରସିଦଙ୍କୁ କ୍ୟାଚ୍ ଦେଇ ପାଭିଲିଆନ୍ ଫେରିଥିଲେ । ଚା ପାନ ବିରତି ବେଳକୁ ୫୬ ଓଭରରେ ଭାରତର ସ୍କୋର ଥିଲା ୩ ୱିକେଟରେ ୧୮୯ ରନ୍ । ବିରାଟ ୫୧ ଓ ରାହାଣେ ୫୨୩ ରନ୍ କରି ଖେଳୁଥିଲେ । ଆଜି ଭାରତ ଯୁବ ଖେଳାଳି ଋଷଭ ପନ୍ତଙ୍କୁ ପ୍ରଥମ ଥର ଦଳରେ ସାମିଲ କରିଛି । ମ୍ୟାଚ୍ ପୂର୍ବରୁ ତାଙ୍କୁ ଦଳର କ୍ୟାପ୍ ଦେଇଥିଲେ ଅଧିନାୟକ ବିରାଟ କୋହଲି । ଏହି ଟେଷ୍ଟ ହାରିଲେ ସିରିଜ୍ ହାରିବ ଟିମ୍ ଇଣ୍ଡିଆ ।