ପ୍ରସ୍ତୁତ ବାରବାଟୀ ମୈଦାନ, ଆଜି ଅପରାହ୍ନରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ ଟିମ୍

କଟକ : ଆଜି ବାରବାଟୀ ମହାସମର। ସୁପର ସଣ୍ଡେରେ ହେବ ସୁପର ମୁକାବିଲା । ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ବିତୀୟ ଏକ ଦିବସୀୟ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରୁ ମ୍ୟାଚ ଆରମ୍ଭ ହେବ । ନାଗପୁରରେ ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ ରେ ଆଗୁଆ ଅଛି ଟିମ ଇଣ୍ଡିଆ । ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳର ଦମଦାର ରେକର୍ଡ ରହିଛି  । ଏଠାରେ ୧୭ ODI ମ୍ୟାଚ୍ ଖେଳିଛି ଭାରତ। ୧୩ଟି ମ୍ୟାଚରେ ବାଜି ମାରିଥିବା ବେଳେ ୪ଟି ମ୍ୟାଚ ହାରିଛି ।  ଶେଷ ୭ ୱାନଡେରେ ଜିତିଛି ଟିମ ଇଣ୍ଡଆ ।

୨୪ ଜାନୁଆରୀ ୨୦୦୭ରୁ ୧୮ ବର୍ଷ ହେଲା ଭାରତୀୟ ଦଳ ଏଠାରେ କ୍ରମାଗତ ଭାବରେ ସମସ୍ତ ମ୍ୟାଚ୍ ଜିତି ଆସିଛି। ଭାରତୀୟ ଦଳ ଶେଷ ଥର ପାଇଁ ୬ ନଭେମ୍ବର ୨୦୦୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ୱିକେଟରେ ହାରିଥିଲା ।  ତେବେ ବାରବାଟୀରେ ଭାରତ ବିପକ୍ଷରେ ଇଂଲଣ୍ଡର ପଲ୍ଲା ଭାରି ରହିଛି । ଭାରତ ବିପକ୍ଷରେ ୫ଟି ଦିନିକିଆରୁ ୩ଟି ମ୍ୟାଚ୍ ଜିତିଛି । ଦୁଇଥର ଜିତିପାରିଛି ଭାରତୀୟ ଟିମ । ଆଜି ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଆଜି ବିରାଟ କୋହଲି ଓ ସାମୀ ଖେଳି ପାରନ୍ତି।  ଉଭୟ କାଲି ବାରବାଟୀରେ ପ୍ରାକ୍ଟିସ କରିଥିଲେ ।

ଆହୁରି ପଢ଼ନ୍ତୁ : ଫେବୃଆରୀ ୧୦ ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ