ଟି୨୦ ବିଶ୍ବକପ୍: ଭାରତ-ଇଂଲଣ୍ଡ ଲଢ଼େଇ, ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ

ଆଜି ଭାରତ-ଇଂଲଣ୍ଡ ଟି୨୦ ବିଶ୍ବକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ହାରି ନାହିଁ ଭାରତ । ଏପଟେ ଇଂଲଣ୍ଡ ୨ଟି ମ୍ୟାଚରେ ପରାଜୟର ସାମ୍ନା କରିଛି ।  ଅର୍ଥାତ୍ ୨୦୨୨ ବିଶ୍ବକପ ଭଳି ଲୟରେ ନାହିଁ ଇଂଲଣ୍ଡ ଦଳ। ଯାହାର ଫାଇଦା ଆଜି ଉଠାଇବ ରୋହିତ ଆଣ୍ଡ କୋ । ଶକ୍ତିଶାଳୀ ଇଂଲଣ୍ଡ ଦଳକୁ ଘେରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରୋହିତ ବାହନୀ ।

ମାର୍କ ଉଡ୍ ଓ ରିସ ଟପ୍ଲିଙ୍କ ଭଳି ବୋଲର ଏବେ ବି ଲୟକୁ ଆସିନାହାନ୍ତି । ଅଲରାଉଣ୍ଡର ଭାବେ ଚମକ ଦେଖାଇପାରୁ ନାହାନ୍ତି ସେମ କରନ୍। ଏହାର ଫାଇଦା ଉଠାଇବେ ଭାରତୀୟ ବ୍ୟାଟର୍। ଦଳର ଷ୍ଟାର ବୋଲର ଯଶପ୍ରିତ ବୁମରାହ ୬ଟି ମ୍ୟାଚ ଖେଳି ୧୧ଟି ୱିକେଟ୍ ନେଇଛନ୍ତି । ଇଂଲଣ୍ଡ ଦଳକୁ ଚକମା ଦେବାକୁ ତୟାର ଭାରତୀୟ ପେସ ବୋଲର । କେବଳ ପେସ ବୋଲର ହିଁ ଟୁର୍ଣ୍ଣାମେଣ୍ଟରେ ନେଇଛନ୍ତି ୧୫ଟି ୱିକେଟ୍ । ସେହିଭଳି ସ୍ପିନରଙ୍କ ଭିତରେ କୁଲଦୀପ ଯାଦବ ୭ ଓ ଅକ୍ଷର ପଟେଲ୍ ୫ଟି ୱିକେଟ୍ ସାଉଁଟିଛନ୍ତି । ବ୍ୟାଟିଂରେ ରୋହିତ ଶର୍ମା ହେବେ ଏକ୍ସ ଫ୍ୟାକ୍ଟର । ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ହିଟ ମ୍ୟାନ୍ ୯୨ ରନର ପାଳି ଖେଳିଥିଲେ । ମାତ୍ର ୧୯ଟି ବଲରେ ହାତେଇଥିଲେ ଅର୍ଦ୍ଧ ଶତକ ।.