ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ । ଗ୍ରୁପ୍ ଏବଂ ସୁପର ଏଇଟରେ ସବୁ ମ୍ୟାଚ୍ ଜିତି ସେମିଫାଇନାଲକୁ ଆସିଛି ଭାରତ । ସେପଟେ ବର୍ତ୍ତମାନ ଚାମ୍ପିଅନ୍ ଇଂଲଣ୍ଡ ଦଳ ଦୁଇ ନମ୍ବର ଗ୍ରୁପରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।

ତେବେ ବଡ଼ ମ୍ୟାଚରେ ଭାରତ ଫ୍ଲପ୍ ହେବାର ଅନେକ ନଜିର ରହିଛି । ଅବଶ୍ୟ ମୁକାବିଲାରେ ଦୁଇ ଦଳର ରେକର୍ଡ଼ ପ୍ରାୟ ସମାନ । ମୋଟ ୨୩ଟି ଟି୨୦ ମ୍ୟାଚ୍ ଏମାନଙ୍କ ଭିତରେ ଖେଳା ଯାଇଛି । ସେଥିରୁ ଭାରତ ୧୨ଟି ଓ ଇଂଲଣ୍ଡ ୧୧ଟି ମ୍ୟାଚ୍ ଜିତିଛି ।

କାଲିର ମ୍ୟାଚରେ ବର୍ଷା ଆଶଙ୍କା ରହିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୁଏ ତେବେ ଟୁର୍ଣ୍ଣାମେଣ୍ଟରେ ସବୁ ମ୍ୟାଚ୍ ଜିତି ଥିବାରୁ ଭାରତୀୟ ଦଳ ଫାଇନାଲକୁ ଯିବ । କାଲିର ପ୍ରଥମ ସେମିଫାଇନାଲରେ ମୁକାବିଲା ହେବ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ।