ମହମ୍ମଦ ସିରାଜ ହେଲେ ତେଲଙ୍ଗାନା ଡିଏସପି, କ୍ରିକେଟ ସହିତ ସମ୍ଭାଳିବେ ବଡ ଦାୟିତ୍ୱ

ମହମ୍ମଦ ସିରାଜଙ୍କୁ ତେଲଙ୍ଗାନା ଡିଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେଲଙ୍ଗାନା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଙ୍କ ତତ୍ତ୍ୱାବଧାନରେ ଡିଏସପି ଭାବେ ମହମ୍ମଦ ସିରାଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଡିଜିପି ଅଫିସରେ ଅନ୍ୟ ସିନିଅର ଅଫିସରଙ୍କ ଉପସ୍ଥିତିରେ ତେଲଙ୍ଗାନା ପୋଲିସ ଡିଜିପି ବୈଠକ କରିଥିଲେ । ଏହାପରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ସିରାଜ ।
ବାରବାଡୋସରେ ୨୯ ଜୁନ୍ରେ ଟି୨୦ ବିଶ୍ୱକପ ଜିତିବାରେ ସିରାଜଙ୍କ ଯୋଗଦାନ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଟି୨୦ ବିଶ୍ୱକପ ଜିତିବା ପରେ ତେଲଙ୍ଗାନା ସିଏମ ଏ ରେବନ୍ତ ରେଡୀ ଜୁଲ୍ଲାଇରେ ସିରାଜଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଥିଲେ । ଏହାସହିତ ସିରାଜଙ୍କୁ ରୋଡ ନଂ ୭୮, ଜୁଲବି ହିଲ୍ସ, ହାଇଦ୍ରାବାଦରେ ୬୦୦ ବର୍ଗଫୁଟରେ ଏକ ଫ୍ଲାଟ ଉପହାର ଦେଇଛନ୍ତି ।
Cricketer #MohammedSiraj officially took charge as Deputy Superintendent of Police (DSP) of #Telangana. pic.twitter.com/YuL8WZeVAw
— All India Radio News (@airnewsalerts) October 12, 2024
୨୦୨୦-୨୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିବା ପରେ ଲଗାତାର ଖେଳି ଚାଲିଛନ୍ତି । ଏଥିପାଇଁ ତାଙ୍କ ରାଙ୍କ ବଢି ବଢି ଚାଲିଛି । ସିରାଜ ୨୯ ଟେଷ୍ଟ, ୪୪ ଦିନିକିଆ ଏବଂ ୧୬ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୭୮ଟି ଓ୍ୱିକେଟ, ଦିନିକିଆରେ ୭୧ଟି ଏବଂ ଟି୨୦ରେ ୧୪ଟି ଓ୍ୱିକେଟ ନେଇଛନ୍ତି ।