ପୁଣି ଚମକିଲେ ସୂର୍ଯ୍ୟ, ଜିମ୍ବାୱେକୁ ୧୮୭ ରନର ଟାର୍ଗେଟ ଦେଲା ଭାରତ

ଜିମ୍ବାୱେକୁ ୧୮୭ ରନର ଟାର୍ଗେଟ ଦେଇଛି ଭାରତ । ସୂର୍ଯ୍ୟକୁମାର ଯାଦବ ଏବଂ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ଫଳରେ ଆଜି ଭାରତ ୫ ଓ୍ଵିକେଟ ହରାଇ ୧୮୬ ରନ୍‌ କରିଛି । ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୧୮୬ ରନ୍‌ କରିଛି।

ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ ରନ୍ କରିଥିବା ବେଳେ କେଏଲ୍ ରାହୁଲ ୫୧ ରନ୍, ବିରାଟ କୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ କରିଛନ୍ତି। ଆଜି ପୁଣି ଫେଲ୍ ମାରିଥିଲେ ରୋହିତ ଶର୍ମା(୧୫)। ୨୭ ରନରେ ରୋହିତଙ୍କ ପ୍ରଥମ ଓ୍ଵିକେଟ ଯାଇଥିଲା। ଏହାପରେ ବିରାଟ କୋହଲି ଓ କେଏଲ୍ ରାହୁଲ ଦୁହେଁ ଖେଳକୁ ସମ୍ଭାଳିଥିଲେ। ବିରାଟ କୋହଲି ୨୬ ରନ୍ କରି ଆଉଟ ହୋଇଥିଲେ। ଏପଟେ କେଏଲ ରାହୁଲ(୫୧) ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଛକା ମାରି ଅର୍ଦ୍ଧଶତକ ହାସଲ କରିବା ପରେ ଆଉଟ୍ ହୋଇଯାଇଥିଲା।

ଏହାପରେ ବିରାଟଙ୍କ ପରେ ପନ୍ତ ୩ ରନ କରି ଆଉଟ୍‌ ହୋଇଥିଲେ । ପନ୍ତ ଆଉଟ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରି ଆଉଟ୍‌ ହୋଇଥିଲେ। ତେବେ ଶେଷକୁ ସୂର୍ଯ୍ୟକୁମାରଙ୍କ ୬୧ ରନ ବଳରେ ଜିମ୍ବାୱେକୁ ୧୮୭ ରନର ଟାର୍ଗେଟ ଦେଇଛି ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.