ଖେଳାଳିଙ୍କୁ ମିଳୁଛି ନିମ୍ନମାନର ଖାଦ୍ଯ : ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ଙ୍କ ଅଭିଯୋଗ

ବେଙ୍ଗାଲୁରୁ : ଭାରତୀୟ ହକି ଦଳର ମୁଖ୍ୟ କୋଚ୍‌ଙ୍କ ସାଂଘାତିକ ଅଭିଯୋଗ । ଖେଳାଳିଙ୍କୁ ମିଳୁଛି ନିମ୍ନମାନର ଖାଦ୍ଯ । ଏସୀୟ କ୍ରୀଡ଼ା ଓ ବିଶ୍ୱ କପ୍‌ ପାଇଁ ବେଙ୍ଗାଳୁରୁରେ ଜୋରଦାର ଅଭ୍ୟାସ କରୁଛି ଭାରତୀୟ ହକି ଦଳ । ତେବେ ଟାଇଟଲ୍‌ ଆଶାୟୀ ଦଳର ମୁଖ୍ୟ କୋଚ୍‌ଙ୍କ ଅଭିଯୋଗ ହେଉଛି ଖେଳାଳିଙ୍କୁ ଉନ୍ନତମାନର ଖାଦ୍ୟ ମିଳୁନି । ଏ ନେଇ ମୁଖ୍ୟ କୋଚ୍‌ ହରେନ୍ଦ୍ର ସିଂହ ହକି ଇଣ୍ଡିଆ ସଭାପତି ରାଜିନ୍ଦର ସିଂହଙ୍କୁ ଚିଠି ଲେଖିଛନ୍ତି । ହରେନ୍ଦ୍ର  ସିଂହ କହିଛନ୍ତି, ବେଙ୍ଗାଳୁରୁ ସାଇ ସେଣ୍ଟରେର ଚାଲିଛି ଅଭ୍ୟାସ ଶିବିର। ସେଠାକାର ରୋଷେଇ ଘର ଆଦୌ ସଫା ଓ ସ୍ୱଚ୍ଛ ନୁହେଁ । ଏହା ସହ ପୋକଜୋକ ସାଙ୍ଗକୁ ଖାଦ୍ୟରୁ ଚୁଟି ବାହାରୁଛି । ଖାଦ୍ୟର ମାନ ମଧ୍ୟ ଭଲ ନୁହେଁ ।  ଖାଦ୍ଯରେ ଅଧିକ ତେଲ ରହୁଛି। ପୁଣି ଦିଆଯାଉଥିବା ମାଂସରେ କଣ୍ଟା ଅଧିକ  । ସେହିପରି ଖେଳାଳିଙ୍କ ରକ୍ତ ନମୂନାରୁ ଜଣାପଡ଼ିଛି ଯେ ସେମାନଙ୍କଠାରେ କେତକ ଭିଟାମିନ୍‌ କମ୍‌ ରହୁଛି । ଏ ସମ୍ପର୍କରେ ହରେନ୍ଦ୍ର ଭାରତୀୟ ଅଲିମ୍ପିକ ସଂଘ ସଭାପତି ନରିନ୍ଦର ବତ୍ରା ଏବଂ ସାଇ ମହାନିର୍ଦ୍ଦେଶକ ନୀଲମ କପୁରଙ୍କୁ ମଧ୍ୟ ଅବଗତ କରାଇ କାର୍ଯ୍ଯାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.