ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୧୯ ଜଣିଆ ହକି ଦଳ ଘୋଷଣା କରାଯାଇଛି । ଚଳିତଥର ଅଲମ୍ପିକ ପାଇଁ ୫ ନୂଆ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି ।

ପ୍ୟାରିସ ଅଲମ୍ପିକ୍ସ ୨୬ ଜୁଲାଇରୁ ଆରମ୍ଭ ହେବ । ଯାହା ୧୧ ଅଗଷ୍ଟରେ ଶେଷ ହେବ ।

ପୁଣିଥରେ ଅଧିନାୟକ ଦାୟିତ୍ୱ ହରମନପ୍ରୀତ ସିଂଙ୍କୁ ଦିଆଯାଇଛି । ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ କରାଯାଇଛି । ପ୍ୟାରିସ୍ ଅଲିମ୍ପିକ୍ସରେ ୫ ଜଣ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି । ଜରମନପ୍ରୀତ ସିଂହ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂହ ଡେବ୍ୟୁ କରିବାକୁ ଯାଉଛନ୍ତି। ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ ।

ଭାରତୀୟ ହକି ଟିମ୍‌ : ହରମନପ୍ରୀତ ସିଂ(ଅଧିନାୟକ), ହାର୍ଦ୍ଦିକ ସିଂ(ଉପଅଧିନାୟକ), ପିଆର ଶ୍ରୀଜେଶ(ଗୋଲକିପର), ମନପ୍ରୀତ ସିଂ, ଜରମନପ୍ରୀତ ସିଂ, ଅମିତ ରୋହିଦାସ, ସୁମିତ ଏବଂ ସଂଜୟ, ରାଜକୁର ପାଲ, ରାମଶେର ସିଂ, ବିବେକ ସାଗର ପ୍ରସାଦ, ଅଭିଷେକ, ସୁଖଜିତ ସିଂ, ଲଲିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରଜନ୍ତ ସିଂ ।

ଭାରତ ମ୍ୟାଚ ସୂଚୀ :

ଭାରତ ବନାମ ବେଲଜିୟମ
ଭାରତ ବନାମ ଅଷ୍ଟ୍ରେଲିଆ
ଭାରତ ବନାମ ଆର୍ଜେଣ୍ଟିନା
ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ଆୟରଲାଣ୍ଡ