ପ୍ରଥମ ଟେଷ୍ଟ : ମାତ୍ର ୨୫ ରନ୍‌ରେ ଝଡ଼ିଗଲା ଭାରତର ପ୍ରଥମ ୩ଟି ଓ୍ଵକେଟ୍‌

ନର୍ଥ ସାଉଣ୍ଡ (େଓ୍ଵଷ୍ଟଇଣ୍ଡିଜ୍‌) : ଆଜି ଏଠାରେ ଆରମ୍ଭ ହୋଇଛି ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟର ପ୍ରଥମ ଟେଷ୍ଟ । ଟସ୍‌ ଜିତି ଇଣ୍ଡିଜ୍‌ ପ୍ରଥମେ ଭାରତକୁ ବ୍ୟାଟିଂ କରିବାର ସୁଯୋଗ ଦେଇଛି । ଆଉ ଆରମ୍ଭରୁ ଝଟ୍‌କା ଖାଇଥିବା ଭାରତୀୟ ଦଳ ମାତ୍ର ୨୫ ରନ୍‌ରେ ୩ ଓ୍ଵିକେଟ୍‌ ହରାଇଛି । ଓପ୍ନର ମୟଙ୍କ ଅଗ୍ରଓ୍ଵାଲ ମାତ୍ର ୫ ରନ୍‌, ଚେତେଶ୍ୱର ପୂଜାରା ୨ ଏବଂ ଅଧିନାୟକ ବିରାଟ କୋହଲି ୯ ରନ୍‌ କରି ଆଉଟ୍‌ ହୋଇଛନ୍ତି ।
ତେବେ ଏହାପରେ ଅନ୍ୟତମ ଓପ୍ନର କେଏଲ୍‌ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ପାଳି ସମ୍ଭାଳିଥିଲେ । ପ୍ରଥମ ୨୪ ଓଭର୍‌ ସୁଦ୍ଧା ଭାରତୀୟ ଦଳ ୩ ଓ୍ଵିକେଟ୍‌ରେ ୬୮ ରନ୍‌ କରିଛି । ରାହୁଲ ୩୭ ଏବଂ ରାହାଣେ ୧୦ ରନ୍‌ କରି ଖେଳୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.