ଦ୍ବିତୀୟ ଟେଷ୍ଟ : ପଦାର୍ପଣ ମ୍ୟାଚରେ ଦ୍ବିତୀୟ ଓଭରରୁ ସାର୍ଦ୍ଦୁଲ ଆଉଟ୍

ହାଇଦ୍ରାବାଦ : ଦ୍ବିତୀୟ ତଥା ଶେଷ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ୍ । ସ୍ଥାନୀୟ ରାଜୀବ ଗାନ୍ଧି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଭାରତ ପେସ୍ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ସାର୍ଦ୍ଦୁଲ ଠାକୁରଙ୍କୁ ଆଣିଛି । ସାର୍ଦ୍ଦୁଲ ଆଜି ତାଙ୍କର କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଛନ୍ତି । ଚଳିତ ବର୍ଷ ପ୍ରଥମ କରି ଟେଷ୍ଟ ଖେଳିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି । ତେବେ ପଦାର୍ପଣ ମ୍ୟାଚ୍ ତାଙ୍କ ପାଇଁ ଦୁର୍ଭାଗ୍ୟ ଆଣି ଦେଇଛି । କାରଣ ନିଜର ଦ୍ବିତୀୟ ଓଭର ବୋଲିଂ କଲା ବେଳେ ଗୋଇଠି ମକଚି ହୋଇଯିବା ଯୋଗୁଁ ସେ ପଡ଼ିଆରୁ ଫେରି ଯାଇଥିଲେ । ତାଙ୍କର ଚିକିତ୍ସା ଚାଲିଛି । ଏସିଆ କପ୍ ବେଳେ ମଧ୍ୟ ସାର୍ଦ୍ଦୁଲ ଆହତ ହୋଇ ମଝିରୁ ଫେରିଥିଲେ । ମ୍ୟାଚ୍ ପୂର୍ବରୁ ତାଙ୍କୁ ଅଧିନାୟକ ବିରାଟ କୋହଲି ଭାରତୀୟ ଦଳର କ୍ୟାପ ଭେଟି ଦେଇଥିଲେ । ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ଦଳର ସାଥୀମାନେ ସାର୍ଦ୍ଦୁଲଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଭାରତର ୨୯୪ତମ ଖେଳାଳି ଭାବେ ଟେଷ୍ଟ ଖେଳୁଛନ୍ତି ।

SARDUL THAKUR-2

ସେପଟେ ଇଣ୍ଡିଜ୍ ଅଧିନାୟକ ଜାସନ ହୋଲଡର ଆହତ ଯୋଗୁଁ ଗତ ମ୍ୟାଚରୁ ବାଦ୍ ପଡ଼ିବା ପରେ ଆଜି ଖେଳୁଛନ୍ତି । ୨୫ ଓଭର ବେଳକୁ ଇଣ୍ଡିଜ୍ ୨ଟି ୱକେଟ୍ ହରାଇ ୫୬ ରନ୍ କରିଥିଲା । ଓପ୍ନର ପାୱେଲଙ୍କୁ ୨୨ ରନରେ ଆଉଟ୍ କରିଥିଲେ ସ୍ପିନର ଅଶ୍ବିନ୍ । ପ୍ରଥମ ୱିକେଟ୍ ୩୨ ରନରେ ପଡ଼ିଥିଲା । ପରେ ଅନ୍ୟତମ ଓପ୍ନର ବ୍ରେଥୱେଟ ୧୪ ରନ୍ କରି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.