କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ

କେନ୍ୟୁଜ୍(ବ୍ୟୁରୋ): ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପାଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ। ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ ୧-୧ରେ ସମାନ ସ୍ଥିତିରେ ଥିଲେ।

ସେହିପରି ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା ୨-୨ରେ ରହିଥିଲେ। ଫଳରେ ଆଉ ୩୦ ମିନିଟ ଅଧିକ ସମୟ ମିଳିଥିଲା।  ତେବେ ଭାରତ ପକ୍ଷରୁ ଲଗାତର ଆଟାକିଙ୍ଗ ଖେଳ ଦେଖିବାକୁ ମିଳିଥିଲା , ଏବଂ ଏକ୍ସଟ୍ରା ଟାଇମରେ ଭାରତ 3ଟି ଗୋଲ ସ୍କୋର କରି 5-2 ରେ ବିଜୟ ହାସଲ କରିଛି।ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସିପ ଟ୍ରଫି ନିଜ ନାଁରେ କରିଛି। ୨୦୧୯ ରେ ସାଫ ଚାମ୍ପିୟାନସିପରେ ମଧ୍ୟ ଭାରତ ବାଂଲାଦେଶକୁ ୨-୧ ହରେଇ ଚାମ୍ପିୟାନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.