ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ରୋଡ୍ ସେଫ୍ଟି ଓ୍ବାର୍ଲଡ୍ ସିରିଜ ଚାମ୍ପିଅନ ହେଲା ଇଣ୍ଡିଆ ଲିଜେଣ୍ଡସ, ଟିମକୁ ଚିଅର କଲେ ସଚିନ

ରୋଡ୍ ସେଫ୍ଟି ଓ୍ବାର୍ଲଡ୍ ସିରିଜରେ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇଛି ଇଣ୍ଡିଆ ଲିଜେଣ୍ଡସ୍ । ତିଲକରତ୍ନେ ଦିଲସାନଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କା ଲିଜେଣ୍ଡସକୁ ୩୩ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି ସଚିନ ତେନ୍ଦୁଲକରଙ୍କ ଭାରତ ଲିଜେଣ୍ଡସ୍ । ନମନ ଓଝାଙ୍କ ଶତକ ବଳରେ ଶ୍ରୀଲଙ୍କା ଟିମ୍‌ ହାରର ସାମ୍ନା କରିଛି। ଭାରତ ୨୨ ରନରେ ମ୍ୟାଚ୍‌ ଉପରେ କବଜା କରିଛି। ଏହା ପୂର୍ବରୁ ୨୦୨୧ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଇଣ୍ଡିଆ ଲିଜେଣ୍ଡସ ମ୍ୟାଚ୍‌ ଜିତିଥିଲା।

ପ୍ରଥମେ ବ୍ୟାଟିଂକରି ନମନ ଓଝା ଧମାକାଦାର ଶତକ ବଳରେ ନିର୍ଦ୍ଧାରିତ ଓଭରରେ ୧୯୫ ରନ କରିଥିଲା ଇଣ୍ଡିଆ ଲିଜେଣ୍ଡସ୍ । ୧୯୭ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ମାତ୍ର ୧୬୨ ରନରେ ହିଁ ସୀମିତ ରହିଥିଲା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ ଲିଜେଣ୍ଡସ୍ ।

ଅଧିନାୟକ ସଚିନ ତେନ୍ଦୁଲକର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ସୁରେଶ ରାଇନା ମଧ୍ୟ ମାତ୍ର ୪ ରନ କରି ଆଉଟ ହୋଇଥିଲେ । ଓପନର ନମନ ଓଝା ମାତ୍ର ୭୧ ବଲରୁ ୧୫ଟି ଚୌକା ଏବଂ ୨ଟି ଛକା ସହାୟତାରେ ୧୦୮ ରନ କରି ଅପରାଜିତ ଥିଲେ । ସେହିଭଳି ବିନୟ କୁମାର ୩୬ ରନ, ଯୁବରାଜ ସିଂହ ୧୯ ରନ, ଇରଫାନ ପଠାନ ୧୧ ରନ, ୟୁସୁଫ୍ ପଠାନ ୦ ରନ କରି ଆଉଟ ହୋଇଥିଲେ । ଷ୍ଟୁଆର୍ଟ ବିନି ୮ରନ କରି ଅପରାଜିତ ଥିଲେ । କିନ୍ତୁ ବ୍ୟାଟିଂ ଅର୍ଡରରେ ମାଷ୍ଟର ଷ୍ଟ୍ରୋକ୍ ଦେଇଥିଲେ ତେନ୍ଦୁଲକର । ମାତ୍ର ୨୧ ବଲରୁ ୩୬ରନର ବିସ୍ଫୋରକ ଇନିଂସ ଖେଳିଥିଲେ ବିନୟ କୁମାର । ମଇଦାନରେ ବେଶ୍‌ ଖାସ୍‌ କରିଥିବା ସଚିନ କିନ୍ତୁ ଟିମକୁ ବିଜୟ ହେବା ପାଇଁ ଚିଅର କରିଥିଲେ।

୧୯୬ରନର ଟାର୍ଗେଟ୍ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଲିଜେଣ୍ଡସ୍ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । ଓପନର ଦିଲସାନ ମୁନାଓ୍ବେରା ମାତ୍ର ୮ରନ କରି ଆଉଟ ହୋଇଥିବା ବେଳେ ସନତ୍ ଜୟସୁରିୟା ୫ରନ କରିବାକୁ ସକ୍ଷମ ହୋଇଥିଲେ ।

ସେହିଭଳି ଅଧିନାୟକ ତିଲକରତ୍ନେ ଦିଲସାନ ୧୧ରନ, ଉପୁଲ ଥରଙ୍ଗା ୧୦, ଗୁଣରତ୍ନେ ୧୯, ଜୀବନ ମେଣ୍ଡିସ ୨୦ରନ, ଇଶାନ ଜୟରତ୍ନେ ୫୧ରନ, ମାହେଲା ଉଡାଓ୍ବତେ ୨୬, ଇଶୁରୁ ଉଡାନା ୦, ଧାମିକା ପ୍ରସାନ ୦ରନ କରି ଆଉଟ ହୋଇଥିଲେ ।

ଭାରତ ପକ୍ଷରୁ ବିନୟ କୁମାର ଚମତ୍କାର ବୋଲିଂକରି ୨୭ରନ ୩୮ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ଅଭିମନ୍ୟୁ ମିଥୁନ ୨ଟି, ରାଜେଶ ପାଓ୍ବାର, ରାହୁଲ ଶର୍ମା ଏବଂ ୟୁସୁଫ ପଠାନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Also Read : କ୍ରିକେଟ ପରେ ଫୁଟବଲ ବିଶ୍ୱକପ ବିଜେତା ପାଇଁ ପୁରସ୍କାର ରାଶି ଘୋଷଣା, ଫିଫା ଫୁଟବଲ ବିଶ୍ୱକପ ବିଜେତାଙ୍କୁ ମିଳିବ ୩୪୨ କୋଟି ଟଙ୍କା

Leave A Reply

Your email address will not be published.