କ୍ରୀଡା

ଭାରତ-ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦: ରାହୁଲଙ୍କ ସ୍ଥାନ ନେଲେ ପନ୍ତ, ଓ୍ଵାଂଶିଟନଙ୍କ ସ୍ଥାନରେ ଖେଳିବେ କୁଲଦୀପ ଯାଦବ

ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ। ଦିନିକିଆ ଜିତିବା ପରେ ଟିମ୍‌ ଇଣ୍ଡିଆର ନଜର ଟି-୨୦ ସିରିଜ ଉପରେ ରହିଛି। ଟି-୨୦ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବଡ ଝଟକା ଲାଗିଛି। ଓ୍ଵାଂଶିଟନ ସୁନ୍ଦର ମାଂସପେଶୀରେ ଆଘାତ ଯୋଗୁଁ ଟି-୨୦ ସିରିଜ ଖେଳିବେ ନାହିଁ। ଆଉ ଏବେ ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦଳର ଉପ ଅଧିନାୟକ ଘୋଷଣା କରିଛି। କେଏଲ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। କାରଣ ରାହୁଲ ଆହତଜନିତ ସମସ୍ୟା କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି।

ଟି-୨୦ ସିରିଜ୍ ପାଇଁ କେଏଲ ରାହୁଲଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକଓ୍ଵାଡଙ୍କୁ ଦଳରେ ସାମିଲ୍ କରାଯାଇଛି। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ସେହି ପରି ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ମଧ୍ୟ ଆହତଜନିତ ସମସ୍ୟା କାରଣରୁ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି।

ଭାରତୀୟ ଟି-୨୦ ଦଳ:

ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଉପ ଅଧିନାୟକ/ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଋତୁରାଜ ଗାଏକଓ୍ଵାଡ, ଦୀପକ ହୁଡ୍ଡା, କୁଲଦୀପ ଯାଦବ।

ଇଡେନ୍‌ ଗାର୍ଡେନ୍ସରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ । ଏହି ସିରିଜ ପାଇଁ ପଶ୍ଚିମବଙ୍ଗ ସରକାର ୭୫ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ବିସିସିଆଇ କରୋନା ସଂକ୍ରମଣକୁ ନଜରରେ ରଖି ବିନା ଦର୍ଶକରେ ସିରିଜ ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି । ବିସିସିଆଇ ନିଷ୍ପତ୍ତି କ୍ରମେ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ । କେବଳ ସିଏବି ଅଫିସିଆଲ୍‌, ବିଭିନ୍ନ ୟୁନିଟ୍‌ର ପ୍ରତିନିଧି ଏବଂ ପ୍ରାୟୋଜକଙ୍କ ପ୍ରତିନିଧିମାନେ ମ୍ୟାଚ୍‌ ଦେଖିପାରିବେ ।

Swagatika

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

36 seconds ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

9 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

25 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

58 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago