ଟିମ୍‌ ଇଣ୍ଡିଆର ହାର୍ଟ ଭାଙ୍ଗି ଦେଲେ ହାର୍ଟଲୀ, ହାଇଦ୍ରାବାଦରେ ହାରିଗଲା ଭାରତ

ବଡ଼ ବଡ଼ ବ୍ୟାଟର କିନ୍ତୁ ଫୁସକି ଗଲେ । ଶେଷ ଭାଗ ଖେଳାଳି ଲଢ଼େଇ କଲେ ସିନା ଦଳକୁ ଜିତାଇ ପାରିଲେନି । ଆଉ ଶେଷରେ ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ୨୮ ରନ୍‌ରେ ହାରି ଯାଇଛି ।

ହାଇଦ୍ରାବାଦ : ଜିତିବା ପାଇଁ ବହୁତ ବଡ଼ ଟାର୍ଗେଟ୍‌ ନଥିଲା । ମାତ୍ର ୨୩୧ ରନ୍‌ ଥିଲା । ହେଲେ ବଡ଼ ବଡ଼ ବ୍ୟାଟର କିନ୍ତୁ ଫୁସକି ଗଲେ । ଶେଷ ଭାଗ ଖେଳାଳି ଲଢ଼େଇ କଲେ ସିନା ଦଳକୁ ଜିତାଇ ପାରିଲେନି । ଆଉ ଶେଷରେ ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ୨୮ ରନ୍‌ରେ ହାରି ଯାଇଛି ।

ଇଂଲଣ୍ଡ ସ୍ପିନର ଟର୍ମ ହାର୍ଟଲୀ ୬୨ ରନରେ ୭ ଓ୍ଵିକେଟ୍‌ ନେଇ ଭାରତକୁ ଧୂଳି ଚଟାଇଛନ୍ତି । ଦ୍ୱିତୀୟ ପାଳିରେ ଭାରତୀୟ ଦଳ ୨୦୨ ରନ୍‌ କରି ଅଲଆଉଟ୍‌ ହୋଇଛି । ଆଜି ପଞ୍ଚମ ତଥା ଶେଷ ଦିନରେ ଅଧିନାୟକ ରୋହିତ ଶର୍ମା ୩୯, ଓ୍ଵିକେଟ କିପର ଶ୍ରୀକର ଭାର ଓ ରବିଚନ୍ଦ୍ର ଅଶ୍ୱିନ୍‌ ୨୮ ରନ୍‌ ଲେଖାଏଁ କରିଥିଲେ । କେଏଲ ରାହୁଲ ୨୨ ରନ୍‌ କରିଥିବା ବେଳେ ଆଉ ସମସ୍ତେ ଫେଲ୍‌ ମାରିଥିଲେ ।

ଇଂଲଣ୍ଡ ସ୍ପିନର ଟମ୍‌ ହାର୍ଟଲୀ ଏଠାରେ ତାଙ୍କ ଜୀବନର ପ୍ରଥମ ଟେଷ୍ଟ ଖେଳି ଏଭଳି ବଡ଼ ସଫଳତା ପାଇଛନ୍ତି । ଗୋଟିଏ ସମୟରେ ଇଂଲଣ୍ଡ ଦଳ ବ୍ୟାକଫୁଟରେ ଥିଲା ତେବେ ଦ୍ୱିତୀୟ ପାଳିରେ ଓଲୀ ପପ୍‌ଙ୍କ ଚମତ୍କାର ଶତକ ଏବଂ ହାର୍ଟଲୀଙ୍କ ସ୍ପିନ୍‌ ଯାଦୁରେ ଭାରତକୁ ମାତ୍‌ ଦେଇଛି ।

ସ୍କୋର : ଇଂଲଣ୍ଡ-୨୪୬ ଓ ୪୨୦ ରନ୍‌ । ଭାରତ-୩୪୬ ଓ ୨୦୨ ରନ୍‌ ।