ମେଲବର୍ଣ୍ଣ ଟେଷ୍ଟ : ଅଷ୍ଟ୍ରେଲିଆ ଠାରୁ ଭାରତର ଶୋଚନୀୟ ପରାଜୟ, ଡ୍ର ରଖିବା ମ୍ୟାଚକୁ ହାରିଗଲା

ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଛି । ମେଲବର୍ଣ୍ଣରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ୧୮୪ ରନରେ ଜିତିଛି ଅଷ୍ଟ୍ରେଲିଆ । ଫଳରେ ଅଷ୍ଟ୍ରେଲିଆ ସିରିଜରେ ୨-୧ରେ ଆଗୁଆ ରହିଛି । ବକ୍ସିଂ ଡେ ଟେଷ୍ଟରେ ପରାଜୟ ସହ ରୋହିତ ବାହିନୀ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପହଞ୍ଚିବା ଆଶା ମଧ୍ୟ ଏକ ପ୍ରକାର ମଉଳି ଯାଇଛି ।

ଭାରତୀୟ ଟିମ ପକ୍ଷରୁ ଯଶସ୍ବୀ ଜୟସୱାଲ ସର୍ବାଧିକ ୮୪ ରନ୍ କରିଛନ୍ତି । ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସ ୨୩୪ ରନରେ ସୀମିତ ରହିଥିଲା । ତେଣୁ ଭାରତକୁ ଜିତିବାକୁ ୩୪୦ ରନ୍ ଦରକାର ଥିଲା ଏହାକୁ ପିଛା କରି ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ଫେଲ୍ ମାରିଥିଲା । ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ଆଉଟ୍ ହେବା ପରେ ଫ୍ୟାନ୍ସଙ୍କ ଆଶା ମଉଳିଯାଇଥିଲା । ଚତୁର୍ଥ ମ୍ୟାଚର ଶେଷ ଦିନରେ ଚା’ ବିରତି ବେଳକୁ ୧୧୨/୩ ୱିକେଟ ଯାଇଥିଲା । ହେଲେ ଭାରତ ୧୧୨/୩ ରୁ ୧୫୫ ମଧ୍ୟରେ ସମସ୍ତ ୱିକେଟ ପଡିଯାଇଥିଲା ।

ଭାରତ ଏହି ମ୍ୟାଚକୁ ଡ୍ର କରିପାରିଥାନ୍ତା । କିନ୍ତୁ ହାରିଗଲା । ତେବେ ସିଡନୀରେ ହେବାକୁ ଥିବା ଶେଷ ଟେଷ୍ଟକୁ ଫ୍ୟାନ୍ସ ଆଶା କରି ରଖିଛନ୍ତି ।

ସଂକ୍ଷିପ୍ତ ସ୍କୋର:

ଅଷ୍ଟ୍ରେଲିଆ ପ୍ରଥମ ପାଳି: ୪୭୪/୧୦ (ଷ୍ଟିଭେନ୍ ସ୍ମିଥ୍ ୧୪୦, ମାର୍ନସ ଲବୁସାନ୍‌ ୭୨, ସାମ୍ କନ୍‌ଷ୍ଟାସ୍‌ ୬୦, ଉସ୍‌ମାନ ଖୱାଜା ୫୭, ଯଶପ୍ରୀତ୍ ବୁମ୍‌ରା-୪/୯୯, ରବୀନ୍ଦ୍ର ଜାଡ଼େଜା-୩/୭୮, ଆକାଶ ଦୀପ-୨/୯୪, ୱାସିଂଟନ୍ ସୁନ୍ଦର-୧/୪୯)।

ଭାରତ ପ୍ରଥମ ପାଳି: ୧୧୯.୩ ଓଭରରେ ୩୬୯/୧୦ (ନୀତୀଶ କୁମାର ରେଡ୍ଡୀ ୧୧୪, ଯଶସ୍ବୀ ଜୟସ୍ବାଲ ୮୨, ୱାସିଂଟନ୍ ସୁନ୍ଦର ୫୦, ସ୍କଟ୍ ବୋଲାଣ୍ଡ୍‌-୩/୫୭, ପ୍ୟାଟ୍ କମିନ୍ସ-୩/୮୯, ନାଥନ୍ ଲାୟନ୍‌-୩/୯୬)।

ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୮୨ ଓଭରରେ ୨୨୮/୯ (ମାର୍ନସ ଲବୁସାନ୍‌ ୭୦, ପ୍ୟାଟ୍‌ କମିନ୍ସ ୪୧, ନାଥନ୍ ଲାୟନ୍ ୪୧, ସ୍କଟ୍‌ ବୋଲାଣ୍ଡ୍‌ ୧୦*, ଯଶପ୍ରୀତ୍ ବୁମ୍‌ରା-୪/୫୬, ମହମ୍ମଦ ସିରାଜ-୩/୬୬, ରବୀନ୍ଦ୍ର ଜାଡ଼େଜା-୧/୩୩)।

ଭାରତ ଦ୍ବିତୀୟ ପାଳି: ଯଶସ୍ବୀ ଜୟସୱାଲ ୮୪, ରୋହିତ ଶର୍ମା ୯, କେଏଲ ରାହୁଲ ୦, ବିରାଟ କୋହଲି ୫, ରିଷଭ ପନ୍ତ ୩୦, ରବିନ୍ଦ୍ର ଜାଡେଜା ୨, ନୀତିଶ ରେଡ୍ଡୀ ୧, ୱାଂଶିଟନ ସୁନ୍ଦର ୫, ଆକାଶଦୀପ ୭, ଜସପ୍ରୀତ ବୁମରା ୦, ମହମ୍ମଦ ସିରାଜ ୦ (ମିଚେଲ ଷ୍ଟାର୍କ୍ସ ୧/୨୫, ପାଟ୍ କ୍ୟୁମିନ୍ସ ୩/୨୮, ସ୍କଟ ବୋଲାଣ୍ଡ ୩/୧୬, ନାଥନ ଲାୟନ ୨/୩୭, ଟ୍ରାଭିସ ହେଡ ୧/୧୪)