ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ୩-୦ରେ ସିରିଜ୍ ବିଜୟୀ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତର କ୍ଲିନ୍‌ ସୁଇପ । ତୃତୀୟ ତଥା ଅନ୍ତିମ ଦିନିକିଆରେ ହାରିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜକୁ ୩-୦ରେ ପୋଛିନେଇଛି । ଡେଭନ କନ୍‌େଓ୍ଵଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ହାରିଲା କିଓ୍ଵି ଦଳ । ୨୯୫ ରନ୍‌ରେ ଅଲଆଉଟ ହୋଇଥିଲା ନ୍ୟୁଜିଲାଣ୍ଡ ଦଳ । ସାର୍ଦ୍ଦୁଳ ଠାକୁର ଏବଂ କୁଲଦୀପ ଯାଦବ ୩ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।

ୟୁଜବେନ୍ଦ୍ର ଚହଲ ୨ଟି, ହାର୍ଦ୍ଦିକ ଏବଂ ଉମ୍ରାନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ୩ ଟିକିଆ ଦିନିକିଆ ସିରିଜରେ ଟିମ ଇଣ୍ଡିଆର କ୍ଲିନ୍‌ ସୁଇପ । ୩୮୬ ରନ୍‌ ଟାର୍ଗେଟର ପିଛା କରୁଥିଲା କିଓ୍ଵି ଦଳ । ୯ ଓ୍ଵିକେଟ ହରାଇ ୩୮୫ ରନ୍‌ କରିଥିଲା ଭାରତ । ରୋହିତ ଏବଂ ଗିଲ୍‌ଙ୍କ ଶତକୀୟ ଇଂନିସ ବଳରେ ୩୮୫ ରନ୍‌ କରିଥିଲା ଟିମ ଇଣ୍ଡିଆ । ରୋହିତ ୧୦୧, ଶୁବମନ୍‌ ୧୧୨ ରନ୍‌ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୫୪ ରନ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.