ଚାମ୍ପିଅନ୍ସ ହେବା ପରେ ଇଣ୍ଡିଆ ମାଷ୍ଟର୍ସ ଉପରେ ଟଙ୍କା ବର୍ଷା, ଏହି ଖେଳାଳି ହେଲେ ମାଲେମାଲ୍

ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ ଲିଗ୍ ୨୦୨୫ ଟାଇଟଲ ଜିତିଲା ଭାରତ । ଫାଇନାଲରେ ଇଣ୍ଡିଆ ମାଷ୍ଟର୍ସ ଦଳ ୱେଷ୍ଟଇଣ୍ଡିଜ୍ ମାଷ୍ଟର୍ସକୁ ୬ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଛି । ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ୱରେ ଇଣ୍ଡିଆ ମାଷ୍ଟର୍ସ ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗ୍ ଟାଇଟଲ ଜିତିଛି । ଫାଇନାଲରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୪୮ ରନ କରିଥିଲା । ଜବାବରେ ଭାରତ ୧୭ ବଲ ବାକି ଥାଇ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ନେଇଛି । ଇଣ୍ଡିଆ ମାଷ୍ଟର୍ସ ବିଜୟର ସବୁଠାରୁ ବଡ଼ ନାୟକ ଅମ୍ବାତି ରାୟୁଡୁ । ସେ ୫୦ ବଲ୍ରେ ୭୪ ରନ୍ର ବିଜୟୀ ଇନିଂସ ଖେଳିଛନ୍ତି । ଏଥିରେ ୩ଟି ଛକା ଏବଂ ୯ଟି ଚଉକା ରହିଛି ।
ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା । ଓପନର ସ୍ମିଥ୍ ୪୫ ରନ୍ କରିଥିଲେ କିନ୍ତୁ ବ୍ରାଏନ୍ ଲାରା ଓ ୱିଲିୟମ ପାର୍କିସନ ୬ ରନ୍ କରି ଆଉଟ୍ ହୋଇଥିଲେ । ଶାହବାଜ ନଦୀମ ୪ ଓଭରରେ ମାତ୍ର ୧୨ ରନ ଦେଇ ୨ଟି ୱିକେଟ ନେଇଥିଲେ । ଲେଣ୍ଡଲ ସିମନ୍ସ ୫୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । କିନ୍ତୁ ନଦୀମଙ୍କ ବ୍ୟତୀତ ବିନୟ କୁମାର ମଧ୍ୟ ଭାରତ ପାଇଁ ବୋଲିଂରେ ବିପର୍ଯ୍ୟୟ ଘଟାଇଥିଲେ । କୁମାର ମ୍ୟାଚ୍ରେ ମୋଟ ୩ଟି ୱିକେଟ୍ ନେଇଥିଲେ।
ବ୍ୟାଟିଂରେ ଅମ୍ବାତି ରାୟୁଡୁ କମାଲ ପ୍ରଦର୍ଶନ କରିଥିଲେ । ସଚିନ ୨୫ ରନ କରି ଆଉଟ ହେବା ପୂର୍ବରୁ ରାୟୁଡୁ ସଚିନ ତେନ୍ଦୁଲକରଙ୍କ ସହ ୬୭ ରନର ଓପନିଂ ପାର୍ଟନରସିପ୍ କରିଥିଲେ । ଗୁରକିରତ ସିଂହ ମାନ ୧୪ ରନ କରି ଆଉଟ ହୋଇଥିଲେ। ରାୟୁଡୁ ୫୦ ବଲ୍ରେ ୭୪ ରନ୍ କରିଥିଲେ ।
ପୁରସ୍କର ରାଶି :
ଇଣ୍ଡିଆ ମାଷ୍ଟର୍ସ : ୧ କୋଟି
ମାଷ୍ଟରଷ୍ଟ୍ରୋକ ଅଫ୍ ଦ ମ୍ୟାଚ ଆୱାଡ : ଅମ୍ବାତି ରାୟଡୁ: ୫୦ ହଜାର ଟଙ୍କା
ଫାଇନାଲରେ ସବୁଠୁ ଅଧିକ ଛକା : ଅମ୍ବାତି ରାୟଡୁ: ୫୦ ହଜାର ଟଙ୍କା
ଗେମଚେଞ୍ଜର ଅଫ ଦ ମ୍ୟାଚ : ଶାହବାଜ ନଦୀମ (୨/୧୨)
ଫ୍ଲେୟାର ଅଫ ଦ ମ୍ୟାଚ୍ ଆଓ୍ବାର୍ଡ : ଅମ୍ବାତି ରାୟଡୁ (୭୪ ରନ୍) : ୫୦ ହଜାର ଟଙ୍କା
ୱେଷ୍ଟଇଣ୍ଡିଜ ମାଷ୍ଟର୍ସ: ୫୦ ଲକ୍ଷ ଟଙ୍କା
କୁମାର ସଙ୍ଗାକାରା : ଅଧିକ ଚାରି ମାରିଥିବା ଖେଳାଳି : ୫ ଲକ୍ଷ ଟଙ୍କା
ସେନ ୱାଟସନ : ଅଧିକ ଛକା ମରିଥିବା ଖେଳାଳି (୨୫): ୫ ଲକ୍ଷ ଟଙ୍କା
Also Read : ଆଇପିଏଲ ପୂର୍ବରୁ ମାଳଦ୍ବୀପରେ ପରିବାର ସହିତ ଛୁଟି କାଟୁଛନ୍ତି ରୋହିତ ଶର୍ମା, ଫଟୋ ସେୟାର କଲେ ହିଟମ୍ୟାନ୍