ପନ୍ତଙ୍କ ଶତକ ସତ୍ତ୍ୱେ ଘରୋଇ ଦଳ କବଜାରେ ମ୍ୟାଚ, ସିରିଜ ଜିତିବାକୁ ଭାରତକୁ ଦରକାର ୮ ଓ୍ଵିକେଟ

ରୋମାଞ୍ଚକର ସ୍ଥିତିରେ କେପ୍ଟାଉନ ଟେଷ୍ଟ । ପନ୍ତଙ୍କ ଶତକ ସତ୍ତ୍ୱେ ଘରୋଇ ଦଳ କବ୍ଜାରେ ମ୍ୟାଚ । ୨୧୨ ରନ୍  ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୧୧ ଆବଶ୍ୟକ ଥିବାବେଳେ ଭାରତକୁ ଜିତିବା ପାଇଁ ଆବଶ୍ୟକ ରହିଛି ୮ ଓ୍ଵିକେଟ୍ ।

ଷ୍ଟମ୍ପ ଅପସାରଣ ବେଳକୁ କୀଗାନ୍ ପିଟରସନ୍ ୪୮ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ବୁମରା ଓ ସାମୀ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ପୂର୍ବରୁ ଦ୍ୱିତୀୟ ଇନିଂସରେ ମାତ୍ର ୧୯୮ ରନରେ ଅଲଆଉଟ ହୋଇଥିଲା ବିରାଟ ଆଣ୍ଡ କୋ । ପୁଣି ଫେଲ ମାରିଥିଲା ଭାରତୀୟ ବ୍ୟାଟିଂ ଅର୍ଡର । ତେବେ ଶତକ ସହ ଦଳର ସମ୍ମାନ ରକ୍ଷା କରିଛନ୍ତି ରିଷଭ ପନ୍ତ ।

୧୩୯ ବଲରେ ଛଅ ଚୌକା ଏବଂ ୪ଟି ଛକା ସହ ଅପରାଜିତ ୧୦୦ ରନ କରିଛନ୍ତି । ଦଳର ୮ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବିରାଟ କୋହଲି ୨୯ ଓ କେଏଲ ରାହୁଲ ୧୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି । କେପ୍ଟାଉନ୍ ଟେଷ୍ଟର ଫଳାଫଳ ହିଁ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ମ୍ୟାଚ ଡ୍ର ରହିଲେ ସିରିଜ ଅମିମାଂସିତ ରହିବ । ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଥିବା ବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ଵିକେଟରେ ହରାଇଥିଲା । ଏବେ ସିରିଜ ୧-୧ରେ ବରାବର ଅଛି ।

Leave A Reply

Your email address will not be published.