ଟିମ୍‌ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ବହୁତ କଷ୍ଟ, ଆପଣାଇବାକୁ ହେବ ଭିନ୍ନ ରଣକୌଶଳ

ଟି- ୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ଲଗାତାର ଦ୍ୱିତୀୟ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇ ଥିବା ଯୋଗୁଁ ସେମିଫାଇନାଲରେ ଖେଳିବା ପାଖାପାଖି ଅସମ୍ଭବ ହୋଇପଡିଛି। ପାକିସ୍ତାନ ପରେ ଏବେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାସ୍ତ କରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଇଁ ଏହି ବିଶ୍ୱକପ୍‌ର ନକ୍ଆଉଟରେ ପହଞ୍ଚିବା କଷ୍ଟକର ହୋଇପଡିଛି । ସେମିଫାଇନାଲରେ ପହଞ୍ଚିବା ପାଇଁ ଏବେ ଭାରତକୁ କୌଣସି ଚମତ୍କାର ହିଁ ବଞ୍ଚାଇପାରିବ। ତେଣୁ ଏବେ ଆଫଗାନିସ୍ତାନ ଟିମ୍‌ ନ୍ୟୁଜିଲାଣ୍ଡକୁ ହରାଇବା ଭାରତ ପାଇଁ ଜରୁରୀ ହୋଇପଡିଛି।

ଭାରତ ଟି-୨୦ ବିଶ୍ୱକପ ଗ୍ରୁପ-୨ରେ ରହିଛି। ପାକିସ୍ତାନ ୩ଟି ମ୍‌୍ୟାଚ ଜିତି ପଏଣ୍ଟ ଟେବୁଲର ଉପରେ ରହି ସେମିଫାଇନାଲରେ ସ୍ଥାନ ପକ୍କା କରିସାରିଛି। ସେହିପରି ଆଫଗାନିସ୍ତାନ ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଏବଂ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଛି।

ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନ ସହିତ ମ୍ୟାଚ ଖେଳିବ। ଆଫଗାନିସ୍ତାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ରନ୍‌ ରେଟ୍‌ ମଧ୍ୟ ୩.୦୯୭ ରହିଛି। ଯଦି ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ହରିଯାଏ, ତେବେ ସେମିଫାଇନାଲରେ ପହଞ୍ଚିବା ରାସ୍ତା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। କିନ୍ତୁ ଯଦି ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନ ଠାରୁ ବଡ ଅନ୍ତରରେ ଜିତେ ଏବଂ ଆଫଗାନିସ୍ତାନ ଟିମ ନ୍ୟୁଜଲାଣ୍ଡକୁ ହରାଇଦିଏ, ତେବେ ଟିମ ଇଣ୍ଡିଆ ପାଖରେ ଆଶା ରହିଛି। ଏପରି ହେଲେ ଟିମ୍‌ ଇଣ୍ଡିଆକୁ ନେଟ ରନରେଟ ଗେମରେ ସାହାଯ୍ୟ ମିଳିବ। ଏହାଛଡା ଟିମ୍‌ ଇଣ୍ଡିଆ ନାମିବ୍ୟା, ସ୍କଟଲାଣ୍ଡ ଭଳି ଟିମ୍‌ ନ୍ୟୁଜିଲାଣ୍ଡ ଟିମ୍‌କୁ କୌଣସି ମତେ ଯଦି ହରାଏ, ତେବେ ଭାରତ ପାଇଁ ଫଳପ୍ରଦ ହେବ।

ସୂଚନାଯୋଗ୍ୟ, ଟି ୨୦ ବିଶ୍ୱକପରେ ଭାରତକୁ ୮ ଓ୍ଵିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ । ୧୧୧ ରନର ଛୋଟିଆ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ଵିକେଟ୍ ହରାଇ ୧୪.୩ ଓଭରରେ ହାସଲ କରି ନେଇଥିଲା ।ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୧୧୦ ରନ୍‌ କରିଥିଲା । ସମସ୍ତ ପ୍ରମୁଖ ବ୍ୟାଟସମ୍ୟାନ୍‌ ନ୍ୟୁଜିଲାଣ୍ଡ ବୋଲିଂ ଆଗରେ ଫେଲ୍‌ ମାରିଥିଲେ । ପୂର୍ବରୁ ପାକିସ୍ତାନ ଠାରୁ ଶୋଚନୀୟ ଭାବେ ହାରିଥିବା ଭାରତ ପାଇଁ ଏବେ ଗ୍ରୁପ୍‌ରେ ଆଗକୁ ଯିବା ସହଜ ହେବ ନାହିଁ । ଯେମିତି ବ୍ୟାଟିଂ ଓ ବୋଲିଂ ଉଭୟ ଭୁଲି ଯାଇଛି କୋହଲି ଟିମ । ଯେଉଁ ପିଚରେ ଆଇପିଏଲ ଖେଳିଲେ ଏବେ ସେହି ପିଚରେ ଟି ୨୦ ବିଶ୍ୱକପରେ ଫେଲ ମାରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.