ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-20, ମ୍ୟାଚ୍‌ ଜିତି ଟ୍ରଫି ହାସଲ କରିବା ଆଶାରେ ଟିମ୍‌ ଇଣ୍ଡିଆ

ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-ଟେ୍ଵଣ୍ଟି । ପ୍ରଥମ ମ୍ୟାଚ୍‌ ବର୍ଷା ଧୋଇନେଇଥିବାବେଳେ ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ୫୧ ବଲ୍‌ରେ ୧୧୧ ରନ୍‌ ଭାରତକୁ ୧-୦ରେ ଆଗୁଆ ରଖିଛି। ଫଳରେ ଆଜିର ମ୍ୟାଚ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ ମ୍ୟାଚ୍‌ ଜିତି ଟ୍ରଫି ହାସଲ କରିବା ଆଶାରେ ରହିଛନ୍ତି।

ଅନ୍ୟପକ୍ଷରେ ସିରିଜ୍‌ ବରାବର ଭାବେ ଶେଷ କରିବା ଲାଗି ଘରୋଇ ଦଳ ନ୍ୟୁଜିଲାଣ୍ଡ ଆଶା ରଖିଛି। ଏଥର ଟିମ୍‌ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳୁଛି। ନ୍ୟୁଜିଲାଣ୍ଡ କିନ୍ତୁ ଏହାର ଅଧିନାୟକ କେନ୍‌ ୱିଲିୟମ୍‌ସଙ୍କ ବିନା ଖେଳିବ ମ୍ୟାଚ୍‌। ନାପିଏରରେ ଭାରତ ପ୍ରଥମ ଥର ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ପୂର୍ବରୁ ଭ୍ରମଣକାରୀ ଦଳ ଏଠରେ କିନ୍ତୁ ୭ଟି ଦିନିକିଆ ୨ଟି ଟେଷ୍ଟ ଖେଳିବାର ଅଭିଜ୍ଞତା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.