ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭଦୋଦରାରେ ଖେଳାଯିବ । ଆସନ୍ତା ମାସରେ ଟି-୨୦ ବିଶ୍ବକପ୍ ଖେଳାଯିବା ପାଇଁ ଥିବାରୁ ଏହି ସିରିଜ୍ ବିଶେଷ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ରୋ-କୋଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କେବଳ ଦିନିକିଆ ଫର୍ମାଟରେ ଖେଳୁଥିବା ଦୁଇ ସିନିୟର ବ୍ୟାଟର ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଟୁର୍ଣ୍ଣାମେଣ୍ଟରେ ଦୁଇଟି ଲେଖାଏଁ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ଏହାସହ ଟି-୨୦ ବିଶ୍ବକପ୍ ଦଳରୁ ବାଦ୍ ପଡିଥିବା ଅଧିନାୟକ ଶୁବମନ ଗିଲଙ୍କ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆହତ କାରଣରୁ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିନଥିଲେ ଗିଲ୍ ।
Also Read : ତମିମ ଇକବାଲଙ୍କ ‘ଭାରତୀୟ ଏଜେଣ୍ଟ’ ଉପରେ ବିସିବି ଅଧିକାରୀଙ୍କ ବୟାନ