ବର୍ଷା ସାଜିବ ବାଧକ ! ବାତିଲ ହୋଇପାରେ ଭାରତ-ପାକସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୨ ଆଜିଠାରୁ ଆରମ୍ଭ ହେଉଛି। ଆଇସିସି ଟି-୨୦ ବିଶ୍ବକପର ଏହା ଅଷ୍ଟମ ସଂସ୍କରଣ । ମୋଟ ୧୬ଟି ଦେଶକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବ । ତେବେ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ନିରାଶଜନକ ଖବର ମିଳିଛି। ବହୁ ପ୍ରତୀକ୍ଷିତ ଭାରତ- ପାକିସ୍ତାନ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ବିଶ୍ୱ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି ।  ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ୨୩ ଅକ୍ଟୋବରରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଭାରତ- ପାକିସ୍ତାନ ମ୍ୟାଚ୍‌ ହେବାକୁ ରହିଛି। ଏହି ମ୍ୟାଚ ଭାରତୀୟ ସମୟାନୁସାରେ ଦିନ ୧.୩୦ରେ ଏବଂ ଅଷ୍ଟ୍ରେଲିଆ ସମୟାନୁସାରେ ସନ୍ଧ୍ୟା ୭ଟାରେ ଖେଳାଯିବ। ଏହି ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି। କିନ୍ତୁ ଏହି ମୁକାବିଲା ରଦ୍ଦ ହୋଇପାରେ ବୋଲି ଖବର ମିଳିଛି।

ଭାରତ –ପାକିସ୍ତାନ ମ୍ୟାଚ୍‌ ଖେଳାଯିବା ନେଇ ସଙ୍କଟ ଦେଖାଦେଇଛି। ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପ୍ରବଳ ବର୍ଷା ଯୋଗୁଁ ରଦ୍ଦ ହୋଇପାରେ। ୨୩ ଅକ୍ଟୋବର ଦିନ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଯଦି ବର୍ଷା ହୁଏ, ଟସ୍‌ ହେବା ମଧ୍ୟ ମୁସ୍କିଲ ହୋଇପଡିବ। ପ୍ରବଳ ବର୍ଷା ଯୋଗୁଁ ଭାରତ ପାକିସ୍ତାନ ମ୍ୟାଚ୍‌ ନ ଖେଳାଗଲେ ଦୁଇଟି ଟିମ୍‌କୁ ୧-୧ ଅଙ୍କ ମିଳିବ। ଆଇସିସି ଏହି ସମ୍ବନ୍ଧୀୟ ମାମଲାରେ ନିର୍ଦ୍ଦେଶ ପୂର୍ବରୁ ଜାରି କରାଯାଇଛି।

ପ୍ରଥମ ରାଉଣ୍ଡ୍ ଲାଗି ଗ୍ରୁପ୍ ‘ଏ’ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ, ନାମିବ୍ୟା, ୟୁଏଇ ଏବଂ ଗ୍ରୁପ୍ ‘ବି’ରେ ୱେଷ୍ଟଇଣ୍ଡିଜ୍, ସ୍କଟଲାଣ୍ଡ୍ , ଜିମ୍ବାୱେ, ଆୟର୍ଲାଣ୍ଡ ରହିଛନ୍ତି।

ଭାରତୀୟ ଟିମ୍‌ : ରୋହିତ ଶର୍ମା( ଅଧିନାୟକ), କେଏଲ ରାହୁଲ ( ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସାମି।

ଷ୍ଟାଣ୍ଡବାଇ ଖେଳାଳି : ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟୀ, ରବି ବିଷ୍ନୋଇ, ମହମ୍ମଦ ସିରାଜ

ପାକିସ୍ତାନ ଟିମ : ବାବର ଆଜମ( ଅଧିନାୟକ), ଶାଦବ ଖାନ ( ଉପଅଧିନାୟକ), ଆସିଫ ଅଲ୍ଲୀ, ହାଇଦର ଅଲ୍ଲୀ, ହାରିସ ରଉଫ, ଇପ୍ତିଖାର ଅହମଦ, ଖୁଶଦିଲ ଶାହ, ମହମ୍ମଦ ହସନେନ, ମହମ୍ମଦ ନଓ୍ଵାଜ, ମହମ୍ମଦ ରିଜଓ୍ଵାନ, ମହମ୍ମହ ଓ୍ଵାମିସ, ନସିମ ଶାହ, ଶାହିଦ ଶାହ ଆଫ୍ରିଦି, ଶାନ ମସୁଦ, ଉସମାନ କାଦିର

ଷ୍ଟାଣ୍ଡବାଇ ଖେଳାଳି : ମହମ୍ମଦ ହାରିସ, ଫଖର ଜମା, ଶାହନବାଜ ଦହାନୀ।

ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର କାର୍ଯ୍ୟସୂଚୀ :

୧୭ ଅକ୍ଟୋବର: ଭାରତ ବନାମ ଅଷ୍ଟ୍ରେଲିଆ(ଓ୍ଵାର୍ମ ଅପ୍‌ ମ୍ୟାଚ)

୧୯ ଅକ୍ଟୋବର: ଭାରତ ବନାମ ନ୍ୟୁଜିଲାଣ୍ଡ(ଓ୍ଵାର୍ମ ଅପ୍‌ ମ୍ୟାଚ୍‌)

୨୩ ଅକ୍ଟୋବର: ଭାରତ ବନାମ ପାକିସ୍ତାନ

୨୭ ଅକ୍ଟୋବର: ଭାରତ ବନାମ ଏ୨

୩୦ ଅକ୍ଟୋବର: ଭାରତ ବନାମ ସାଉଥ ଆଫ୍ରିକା

୨ ନଭେମ୍ବର: ଭାରତ ବନାମ ବାଲାଂଦେଶ

୬ ନଭେମ୍ବର: ଭାରତ ବନାମ ବି ୧

Also Read : ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଝଟକା, ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଗସ୍ତ ରଦ୍ଦ କଲା ବିସିସିଆଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.