ଇଂଲଣ୍ଡ ବିପକ୍ଷ ଦିନିକିଆ ପ୍ରଥମ ମ୍ୟାଚରେ ଟିମରେ ହୋଇପାରେ ପରିବର୍ତ୍ତନ, କୁଲଦୀପ ଏବଂ ସୁନ୍ଦରଙ୍କ ସ୍ଥାନରେ ବରୁଣ ଏବଂ ଅର୍ଶଦୀପ ହୋଇପାରନ୍ତି ସାମିଲ

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ ଆସନ୍ତାକାଲି ନାଗପୁରରେ ଖେଳାଯିବ । ଏଥିପାଇଁ ଟିମ୍ ନାଗପୁରରେ ପହଞ୍ଚି ଅଭ୍ୟାସ ମଧ୍ୟ କରୁଛି । ତେବେ ମ୍ୟାଚ ପାଇଁ ଟିମ୍ ଉପରେ ସମସ୍ତଙ୍କ ନଜର ରହିଛି ।
ଅଧିନାୟକ ରୋହିତ ଶର୍ମା ଏବଂ ଶୁବମନ ଗିଲ ଓପନିଂ କରିବେ । ତ୍ତୀୟ ନମ୍ବରରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଥିବା ବେଳେ ୪ ନଂରେ ଶ୍ରେୟସ ଆୟର ବ୍ୟାଟିଂ କରିପାରନ୍ତି । ଏହାପରେ କେଏଲ ରାହୁଲ, ହାହର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ବ୍ୟାଟିଂ ଅର୍ଡରରେ ରହିଛନ୍ତି ।
ତେବେ ବୋଲିଂରେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଏବଂ ସ୍ପିନର କୁଲଦୀପ ଯାଦବଙ୍କୁ ଡ୍ରପ୍ କରାଯାଇପାରେ । ଟିମ୍ ଦ୍ରୁତ ବୋଲର ଭାବେ ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମିଙ୍କୁ ସୁଯୋଗ ଦେଇପାରେ । ଏହାଛଡା ଏମାନଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରହିବେ । ସେହିପରି ସ୍ପିନ ବିଭାଗରେ ରବିନ୍ଦ୍ରଜାଡେଜା ଏବଂ ଅକ୍ଷର ପଟେଲ ସହିତ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ ।
ବରୁଣଙ୍କୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମରେ ସୁଯୋଗ ମିଳିଛି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବରୁଣ ଚକ୍ରବର୍ତ୍ତୀ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର । ସେ ୫ଟି ମ୍ୟାଚରେ ୯.୮୬ ପ୍ରତିଶତରେ ୧୪ ଓ୍ବିକେଟ ନେଇଥିଲେ । ବରୁଣଙ୍କ ଦିନିକିଆ ପ୍ରଦର୍ଶନ ଦେଖି ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।
ସମ୍ଭାବ୍ୟ ଟିମ୍ ଇଣ୍ଡିଆ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଏବଂ ମହମ୍ମଦ ଶାମି ।
Also Read : ଟି୨୦ରେ କମାଲ୍ କରିବା ପରେ ବରୁଣ ମିଳିଲା ପୁରସ୍କାର, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ହେଲେ ସାମିଲ