ହଂକଂକୁ ୪୦ ରନରେ ହରାଇ ଏସିଆ କପ୍‌ ସୁପର-୪ରେ ଭାରତ

ଏସିଆ କପ୍‌ ସୁପର-୪ରେ ଭାରତ । ଗତକାଲି ହଂକଂକୁ ୪୦ ରନରେ ହରାଇ ଗ୍ରୁପ୍‌-ଏରୁ ପ୍ରଥମ ଦଳ ଭାବରେ ସୁପର ଫୋରକୁ ଯାଇଛି ଟିମ୍‌ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ବିଜୟୀ ହୋଇଛି । ଟସ୍‌ ଜିତି ହଂକଂ ଭାରତକୁ ବ୍ୟାଟିଂ ଛାଡିଥିଲା । ଆରମ୍ଭରୁ ଧିମା ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ । ରୋହିତ ଶର୍ମା ୧୩ ବଲରୁ ୨୧ ଓ ଲୋକେଶ ରାହୁଲ ୩୯ବରଲୁ ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହାପରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ଧୂଆଁଧାର ଇନିଂସ । ଫର୍ମକୁ ଫେରିଛନ୍ତି କୋହଲି । ସେ ୪୪ ବଲରେ ୫୯ ରନ୍‌ କରି ଅପରାଜିତ ରହିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ଚୌକା ଓ ଛକା ବର୍ଷା ହୋଇଥିଲା । ସେ ୨୬ ବଲରୁ ବିସ୍ଫୋରକ ୬୮ ରନ୍‌ କରି ନଟ୍‌ ଆଉଟ୍‌ ଥିଲେ । ଦୁହେଁ ଶେଷ ୭ ଓଭରରେ ୯୮ ରନ୍‌ ଯୋଡ଼ିଥିଲେ । ଫଳରେ ହଂକଂ ଆଗରେ ୧୯୩ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଜବାବରେ ହଂକଂ ବି ଭଲ ଖେଳିଥିଲା । ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ ହରାଇ ୧୫୨ ରନ୍‌ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.