ଏସିଆ କପ୍ ହକିର ସୁପର ଫୋରରେ ପହଞ୍ଚିଲା ଭାରତ, ଇଣ୍ଡୋନେସିଆକୁ ୧୬-୦ ଗୋଲ୍ରେ ହରାଇଲା

କେନ୍ୟୁଜ୍(ବ୍ୟୁରୋ):ଏସିଆ ହକି କପ୍ର ସୁପର ଫୋରରେ ପହଞ୍ଚିଛି ଭାରତ । ଇଣ୍ଡୋନେସିଆକୁ ୧୬-୦ ଗୋଲ୍ରେ ହରାଇ ସୁପର ଫୋର୍ ସ୍ଥାନ ପକ୍କା କରିଛି। ଭାରତ ପାକିସ୍ତାନ ସହ ମ୍ୟାଚ୍ ଡ୍ର ରଖିଥିଲା ଏବଂ ଜାପାନଠାରୁ ହାରିଥିଲା ମ୍ୟାଚ୍ । ଗ୍ରୁପ-ଏରୁ ସୁପର ଫୋର୍ରେ ସ୍ଥାନ ପାଇବାକୁ ହେଲେ ଭାରତକୁ ବଡ଼ ବ୍ୟବଧାନରେ ଜିତିବା ଜରୁରୀ ଥିଲା। ଇଣ୍ଡୋନେସିଆକୁ ଅତିକମ୍ରେ ୧୫-୦ରେ ହରାଇବା ଆବଶ୍ୟକ ଥିଲା। ଇଣ୍ଡୋନେସିଆକୁ ୧୬-୦ ଗୋଲରେ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଛି ଭାରତ ।
ପ୍ରଥମ କ୍ୱାର୍ଟରରେ ୩, ଦ୍ୱିତୀୟ କ୍ୱାର୍ଟରରେ ୩ଟି, ତୃତୀୟ କ୍ୱାର୍ଟରରେ ୪ଟି ଏବଂ ଚତୁର୍ଥ କ୍ୱାର୍ଟରରେ ୬ଟି ଗୋଲ କରିଥିଲେ ମ୍ୟାନ୍ ଇନ୍ ବ୍ଲୁ। ଭାରତ ପାକିସ୍ତାନ ସହ ମ୍ୟାଚ୍ ୧ – ୧ରେ ଡ୍ର ରଖିଥିଲା। ଜାପାନଠାରୁ ୨-୫ରେ ହାରିଥିଲା। ସେପଟେ ପାକିସ୍ତାନ ଜାପାନଠାରୁ -୩ରେ ହାରିଥିଲା। କିନ୍ତୁ ପାକିସ୍ତାନ ଇଣ୍ଡୋନେସିଆକୁ ୧୩-୦ରେ ହରାଇବା ପରେ ଗୋଲ ସଂଖ୍ୟାରେ ଭାରତ ପାକିସ୍ତାନଠାରୁ ପଛରେ ପଡି ଯାଇଥିଲା। ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସେହି ବାଧା ଦୂର କରି ସୁପର ଫୋରରେ ସ୍ଥାନ ପକ୍କା କରିଛି ଭାରତ। ଗ୍ରୁପ ଏରୁ ଜାପାନ ପୂର୍ବରୁ ସୁପର ଫୋରରେ ପହଞ୍ଚି ସାରିଛି।