ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ରେକର୍ଡ କଲା ଭାରତ, ଏତେ ବଡ ବ୍ୟବଧାନରେ ପୂର୍ବରୁ କୌଣସି ମ୍ୟାଚ୍‌ ଜିତିନଥିଲା

ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜକୁ ୨-୧ରେ ବାଜି ମାରିନେଇଛି। ୧୬୮ ରନ ବ୍ୟବଧାନରେ ଜିତି ଭାରତ ରେକର୍ଡ କରିଛି । ଏତେ ବଡ ରନ ବ୍ୟବଧାନରେ ଇଣ୍ଡିଆ କୌଣସି ଟି-୨୦ ମ୍ୟାଚ୍‌ ଜିତିନଥିଲା । ଏହା ପୂର୍ବରୁ ଭାରତ ଆୟରଲାଣ୍ଡ ବିପକ୍ଷରେ ୧୪୩ ରନ ବ୍ୟବଧାନରେ ବିଜୟ ହାସିଲ କରିଥିଲା।

ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ୨୩୫ ରନର ଟାର୍ଗେଟ ଦେଇଥିଲା ଭାରତ । ହେଲେ ନ୍ୟୁଜିଲାଣ୍ଡ ମାତ୍ର ୬୬ ରନରେ ଅଲଆଉଟ୍‌ ହୋଇଯାଇଥିଲା । ୨୦୧୮ରେ ଡବଲିନରେ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚକୁ ୧୪୩ ରନରେ ଜିତିଥିଲା । ତାପରେ ଏହା ଭାରତର ପ୍ରଥମ ବଡ ବିଜୟ ।

ଏହାପୂର୍ବରୁ ଶ୍ରୀଲଙ୍କା କେନିୟା ବିପକ୍ଷରେ ୧୭୨ ରନ ବ୍ୟବଧାନରେ ବିଜୟ ହାସଲ କରିଥିଲା । ତେବେ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୨୦୧୯ରେ ସବୁଠାରୁ ବଡ ବ୍ୟବଧାନରେ ଚେକ୍‌ ରିପ୍ଲବିକ୍‌ ୨୫୭ ରନରେ ତର୍କୀକୁ ହରାଇଥିଲା । ଆଇସିସି ବିଶ୍ୱକପ ପାଇଁ କରୁଥିବା କ୍ୱାଲିଫାଇଂ ମ୍ୟାଚ୍‌ ପାଇଁ ଏହି ଖେଳ ଖେଳାଯାଇଥିଲା ।

ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଟି ୨୦ ମ୍ୟାଚରେ ହିରୋ ସାଜିଥିଲେ ଶୁଭମନ ଗିଲ୍‌ । ୧୨୬ ରନ୍ କରି ସମସ୍ତଙ୍କୁ ଚକିତ କରିଥିଲେ । ତେବେ ନିଜର ଇନିଂସକୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ବଡ ବୟାନ ଦେଇଛନ୍ତି ଶୁଭମନ । ୬୩ ବଲରେ ୧୨ଟି ଚଉକା ଏବଂ ୭ଟି ଛକା ମାରିଥିଲେ ଶୁଭମନ। ୨୦ ଓଭରରେ ଭାରତ ୪ ଓ୍ଵିକେଟ ହରାଇ ୨୩୪ ରନ୍ କରିଥିଲା। ତେବେ ଏହା ଗିଲଙ୍କ ଟି୨୦ ମ୍ୟାଚରେ ସବୁଠାରୁ ବଡ ସ୍କୋର । ଗିଲ ଏହି ମାମଲାରେ ବିରାଟ କୋହଲିଙ୍କୁ ମାତ୍ ଦେଇଛନ୍ତି । କୋହଲି ଗତବର୍ଷ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ରହି ୧୨୨ ରନ୍ କରିଥିଲେ ।

ଭାରତର ୨୩୫ ରନର ଟାର୍ଗେଟକୁ ପିଛା କରୁଥିବା ଭ୍ରମଣକାରୀ ଟିମ ୬୬ ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଓ୍ଵିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପୂର୍ବରୁ ଶୁବମନ୍ ଗିଲଙ୍କ ବିସ୍ଫୋରକ ଇଂନିସ ବଳରେ ୨୩୪ ରନ୍ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.