ଏସିଆନ୍ ଚାମ୍ପିଅନସିପରେ ଭାରତୀୟ ମହିଳା ହକି ଦଳ ଚାମ୍ପିଅନ୍, ଫାଇନାଲରେ ଚୀନକୁ ହରାଇଲା

ଏସୀୟ ମହିଳା ହକି ଚାମ୍ପିଅନସିପରେ ଭାରତ ପୁଣି ଚାମ୍ପିଅନ୍ ହୋଇଛି । ଆଜି ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ ଗୋଲରେ ପରାସ୍ତ କରିଛି । ମ୍ୟାଚର ଏକମାତ୍ର ଗୋଲ ଦୀପିକା ୩୧ତମ ମିନିଟରେ ସ୍କୋର କରିଥିଲେ । ଭାରତ ୩ୟ ଥର ପାଇଁ ଏସୀୟ ହକି ଟାଇଟଲ୍ ହାସଲ କରିଛି ।

ତେବେ ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚୀନ୍ ଠାରୁ କଡ଼ା ଟକ୍କର ପାଇଥିଲା ଭାରତୀୟ ଦଳ । ତେବେ ୩୧ତମ ମିନିଟରେ ଦଳକୁ ମିଳିଥିବା ପେନାଲଟି କର୍ଣ୍ଣରରୁ ଦୀପିକା ଗୋଲ୍ କରି ଭାରତକୁ ବିଜୟୀ କରାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଦୀପିକା ମୋଟ୍ ୧୧ଟି ଗୋଲ୍ ସ୍କୋର କରିଛନ୍ତି । ଅନ୍ୟପକ୍ଷରେ ଚୀନ୍ ଅନେକ ଗୁଡ଼ିଏ ସୁଯୋଗ ତିଆରି କରିଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରି ପାରିନଥିଲା । ଚଳିତ ପ୍ରତିଯୋଗିତାରେ ଭାରତ ଅପରାଜେୟ ରହିଛି ।

You might also like