ତୃତୀୟ ଟେଷ୍ଟ: କୋହଲି ରଖିଲେ ସମ୍ମାନ, ପ୍ରଥମ ଇନିଂସ୍ରେ ଭାରତ ୨୨୩ ରନ୍ରେ ଅଲ୍ଆଉଟ୍

କେପ୍ ଟାଉନ୍ : ଅଧିନାୟକ ବିରାଟ କୋହଲିଙ୍କ ଲଢୁଆ ଇନିଂସ୍ ଏବଂ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକରୁ କମ୍ ସ୍କୋର ବଳରେ ଭାରତୀୟ ଦଳର ତାର ସମ୍ମାନ ରଖି ପାରିଛି । ଏଠାରେ ଆଜି ଆରମ୍ଭ ହୋଇଥିବା ତୃତୀୟ ତଥା ଶେଷ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ ଇଣ୍ଡିଆ କରିଛି ରନ୍ ।
ରାବଡ଼ା ଏବଂ ଜେନସେନ୍ ବଢ଼ିଆ ବୋଲିଂ କରି ଭାରତୀୟ ବ୍ୟାଟରଙ୍କୁ ବଡ଼ ଇନିଂସ ଖେଳିବାର ସୁଯୋଗ ଦେଇ ନଥିଲେ । ରାବଡ଼ା ୪ ଓ ରେନସେନ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି । କେବଳ କୋହଲି ଓ ପୂଜାରାଙ୍କ ବ୍ୟତୀତ କିଛି ସମୟ ପାଇଁ ଓ୍ଵିକେଟ୍ କିପର ଋଷଭ ପନ୍ତ ପାଳି ଜଗି ପାରିଥିଲେ । କୋହଲି ୨୦୧ ବଲ୍ ଖେଳି ୧୨ ଚୌକା ଓ ୧ ଛକା ମାରି ସର୍ବାଧିକ ୭୯ ରନ୍ କରିଥିଲେ । ସେ ନବମ ବ୍ୟାଟର ଭାବେ ଆଉଟ୍ ହୋଇଥିଲେ । ପୂଜାରା ୭୭ ବଲ୍ରେ ୪୩ ରନ୍ କରିଥିଲେ । ପନ୍ତ ୨୭ ରନ୍ କରିଥିଲେ ।
ଏହି ସିରିଜ୍ରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବାରୁ ଏହି ମ୍ୟାଚ୍ ଫଳାଫଳ ନିର୍ଣ୍ଣୟରେ ପ୍ରମୁଖ ଭୂମିକା ନେବ । ତେଣୁ ଦୁଇ ଦଳ ଏହାକୁ ଜିତିବା ପାଇଁ ଚେଷ୍ଟା ଚଳାଇଛନ୍ତି ।