ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡକୁ ଭାରତ ଦେଇଛି ୧୮୫ ରନ୍‌ର ଟାର୍ଗେଟ୍‌

କୋଲକାତା : ଆରମ୍ଭରୁ ଭଲ ଖେଳିଲେ । ଲାଗୁଥିଲା ୨୦୦ ରନ୍‌ରେ ପହଞ୍ଚିଯିବେ । ହେଲେ ପରେ ଓ୍ଵିକେଟ୍‌ ପଡ଼ି ଚାଲିଲା ଯେ ସବୁ ପ୍ରଥମ ଭାଗ ବ୍ୟାଟର ଆଉଟ୍‌ ହୋଇଗଲେ । ଆଉ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସାମନାରେ ଭାରତ ରଖିଛି ରନ୍‌ର ବିଜୟ ଲକ୍ଷ୍ୟ ।

ଏଥର ଟସ୍‌ ଜିତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନେଇଥିଲେ । ନିଜେ ରୋହିତ ସର୍ବାଧିକ ୫୬ ରନ୍‌ କରିଥିଲେ । ୩୧ ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଇଶାନ କିଷାନ ୨୯, ଶ୍ରେୟଶ ଆୟର ୨୫ ଏବଂ ଭେଙ୍କଟେଶ ଆୟାର ୨୦ ରନ୍‌ କରିଥିବା ବେଳେ ହର୍ଷଲ ପଟେଲ ୧୮ ରନ୍‌ କରିଥିଲେ । ତେବେ ଦୀପକ ଚହରଙ୍କ ମାଡ଼ ଯୋଗୁଁ ଘରୋଇ ଦଳ ୨୦ ସଭରରେ ୭ ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରି ପାରିଥିଲା । ୨୦ତମ ଓଭରରେ ଦଳ ୧୯ ରନ୍‌ ସଂଗ୍ରହ କରିଥିଲା ଏବଂ ଚହର ମାତ୍ର ୮ଟି ବଲ୍‌ରେ ୨୧ ରନ୍‌ କରି ଅପରାଜିତ ରହିଛନ୍ତି । ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଭାରତକୁ ବେଶି ହଇରାଣ କରିଥିଲେ ମିଚେଲ ସାଣ୍ଟନର । ସେ ୨୭ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଛନ୍ତି ।

SCORE-1

SCORE-2

Leave A Reply

Your email address will not be published.