ତୃତୀୟ ଟେଷ୍ଟ: ବ୍ୟାଟର ତିଷ୍ଠି ରହିଲେ ଏ ମ୍ୟାଚ୍‌ ଜିତି ପାରିବ ଟିମ୍‌ ଇଣ୍ଡିଆ

କେପ୍‌ଟାଉନ୍ : ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୨ ଓ୍ଵିକେଟ୍‌ ହରାଇ ୫୭ ରନ୍‌ କରିଛି । ପୁଣି ବିଫଳ ହୋଇଛନ୍ତି ଦଳର ଦୁଇ ଓପ୍ନର କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ । ଭାରତୀୟ ଦଳ ଏବେ ୪୭ ରନ୍‌ରେ ଆଗୁଆ ରହିଛି । ହେଲେ ବଡ଼ ଆକାରରେ ଲିଡ୍‌ ନନେଲେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ହାତେଇ ନେଇ ପାରେ। ତେଣୁ ଭାରତୀୟ ବ୍ୟାଟରଙ୍କୁ ଓ୍ଵିକେଟ୍‌ରେ ତିଷ୍ଠି ରହି ବଡ଼ ପାର୍ଟନରସିପ୍‌ କରିବାକୁ ହେବ । ପ୍ରଥମ ପାଳିରେ କେବଳ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରା ଲଢୁଆ ବ୍ୟାଟିଂ କରିଥିଲେ । ଫଳରେ ଦଳ ଅଳ୍ପ ଲିଡ୍‌ ନେଇଥିଲା । ତେଣୁ ଏଥଣ ଅନ୍ୟମାନଙ୍କୁ ମଧ୍ୟ ସାଥ୍‌ ଦେବାକୁ ହେବ । ବଡ଼ ସ୍କେର କଲେ ବୋଲରଙ୍କ ସହାୟତାରେ ଭାରତ ଏଠି ମ୍ୟାଚ୍‌ ସହ ସିରିଜ୍‌ ଜିତି ଐତିହାସିକ ସଫଳତା ପାଇ ପାରିବ ।

କେପଟାଉନରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୁମରା। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିନ ସୁଦ୍ଧା ଭାରତ ୧୭ ଓଭରରେ ୨ ଓ୍ଵିକେଟ ହରାଇ ସଂଗ୍ରହ କରିଛି ୫୭ ରନ । ଲୋକେସ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଆଉଟ ହେବା ପରେ ପାଳି ସମ୍ଭାଳିଛନ୍ତି ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରା । ପୂଜାରା ୯ ରନ ଓ କୋହଲି ୧୪ ରନ କରି ଅପରାଜିତ ଅଛନ୍ତି । ସାଉଥ ଆଫ୍ରିକାଠାରୁ ଭାରତ ୭୦ ରନ ଆଗରେ ରହିଛି । ସାଉଥ ଆଫ୍ରିକା ୨୧୦ ରନରେ ଅଲ ଆଉଟ ହୋଇଯାଇଥିଲା । ବୁମରାହ ୫ଟି ଓ୍ଵିକେଟ ନେଇଥିଲେ । ଉମେଶ ଯାଦବ ଓ ମହମ୍ମଦ ସାମି ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାସେ ଭାନ୍‌ ଡର୍‌ ଦୁସେନ୍‌ ୨୧ରନ କରି ଆଉଟ ହୋଇଥିବା ବେଳେ, ତେମ୍ବା ବାଭୁମା ୨୮ରନ, କାଇଲ୍‌ ଭେରେନ୍ନ ୦, ମାର୍କୋ ଜନସେନ୍‌ ୭ରନ, କାଗିସୋ ରାବାଡା ୧୫ରନ ଏବଂ ଲୁଙ୍ଗି ଏନ୍‌ଗିଡି ୩ରନ କରି ଆଉଟ ହୋଇଛନ୍ତି । ଡୁଆନେ ଓଲିଭର ୧୦ ରନକରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୪୨ରନ ଦେଇ ୫ଟି ଓ୍ବିକେଟ ନେଇଥିବା ବେଳେ, ଉମେଶ ଯାଦବ ୬୪ରନ ଦେଇ ୨ଟି, ମହମ୍ମଦ ସାମୀ ୩୯ରନ ଦେଇ ୨ଟି, ଶାର୍ଦ୍ଦୁଲ ଠାକୁର ୩୭ରନ ଦେଇ ଗୋଟିଏ ଏବଂ ଅଶ୍ବିନ ୧୫ରନ ବ୍ୟୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.