ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ଦ୍ୱିତୀୟ ଦିବସରେ ଭାରତକୁ ମିଳିଛି ଆଉ ଏକ ପଦକ । ମହିଳା ୧୦୦ ମିଟର (ଟି୩୫) ଦୌଡ଼ରେ ପ୍ରୀତି ପାଲ୍ କାଂସ୍ୟ ପଦକ ଜିତିଛନ୍ତି । ୨୩ ବର୍ଷୀୟା ପ୍ରୀତି ୧୪.୩୧ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରିଥିଲେ । ଏହା ପୂର୍ବରୁ ଶୁଟିଂରେ ଅଭନି ଲେଖରା ସ୍ୱର୍ଣ୍ଣ ଓ ମୋନା ଅଗ୍ରଓ୍ୱାଲ ବ୍ରୋଞ୍ଜ ପଦକ ଜିତିଥିଲେ ।
ଚୀନର ଝୋଉ ଜିୟା ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି । ଟି୩୫ ବର୍ଗୀକରଣରେ ସମନ୍ୱୟ ବ୍ୟାଧି ହାଇପରଟୋନିଆ, ଅଟାକ୍ସିଆ, ଅଥେଟୋସିସ୍ ଏବଂ ମସ୍ତିଷ୍କ ପକ୍ଷାଘାତ ଆଦି ଅନ୍ତର୍ଭୁକ୍ତ ।
ଉତ୍ତର ପ୍ରଦେଶର ମୁଜଫରନଗରର ପ୍ରୀତି ପାଲ ୧୮ ବର୍ଷ ବୟସରେ ଏହି ଖେଳରେ ପ୍ରବେଶ କରିଥିଲେ । ସେ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ପ୍ରଶିକ୍ଷଣ ନିଅନ୍ତି । ଏହା ପୂର୍ବରୁ ସେ ମେରଠରେ ପ୍ରଶିକ୍ଷଣ ନେଉଥିଲେ । ପ୍ରୀତି ୨୦୨୪ରେ ଜାପାନ (କୋବେ)ରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପ୍ରେ ଦୁଇଟି କାଂସ୍ୟ ପଦକ ଜିତିଥିଲେ ।