ପଦାର୍ପଣ ମ୍ୟାଚ୍‌ରେ ଦମ୍‌ ଦେଖାଇଲେ ଶ୍ରେୟଶ ଆୟାର, ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ

କାନପୁର : ନିଜର ପ୍ରଥମ ଟେଷ୍ଟରେ ବଢ଼ିଆ ଦମ୍‌ ଦେଖାଇଛନ୍ତି ଯୁବ ବ୍ୟାଟର୍‌ ଶ୍ରେୟଶ ଆୟାର । ୭୫ ରନ୍‌ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ସହ ଆଜି ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ୍‌ ଟେଷ୍ଟର ପ୍ରଥମ ଦିନ ଭରତ ୪ ଓ୍ଵିକେଟ୍‌ ହରାଇ ୨୫୮ ରନ୍‌ ସଂଗ୍ରହ କରିଛି ।

ଭାରତୀୟ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଇ ତିନିଟି ଅର୍ଦ୍ଧଶତକ ସହାୟତାରେ ଭାରତ ଭଲ ସ୍ଥିତିରେ ପହଞ୍ଚି ଯାଇଥିଲା । ଓପ୍ନର ଣୁଭମାନ ଗିଲ୍‌ ୫୨ ଏବଂ ଆୟାର ୭୫ ରନ୍‌ କରିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୫୦ ରନ୍‌ କରି ଅପରାଜିତ ଅଛନ୍ତି । ନିଜ ଚୟନକୁ ସଠିକ୍‌ ବୋଲି ପ୍ରମାଣିତ କରିଛନ୍ତି ଆୟାର । ସେ୧୩୬ ବଲ୍‌ ଖେଳି ୭ଟି ଚୌକା ଓ ୨ଟି ଛକା ମାରିଛନ୍ତି ।

ପୂର୍ବରୁ ମୟଙ୍କ ଅଗ୍ରଓ୍ଵାଲ ୧୩, ଚେତେଶ୍ୱର ପୂଜାରା ୨୬ ଏବଂ ଅଧିନାୟକ ରାହାରେ ୩୫ ରନ୍‌ କରି ଆଉଟ୍‌ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜେମିସନ୍‌ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

SCORE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.