ଟି-୨୦ ବିଶ୍ୱ କପ୍‌ : ମାତ୍ର ୧୧୦ ରନ୍‌ କଲା ଟିମ୍‌ ଇଣ୍ଡିଆ, ହାରିବ ନା ହରାଇବ ?

ଦୁବାଇ : ନ୍ୟୁଜିଲାଣ୍ଡ ସାମନାରେ ୧୧୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଆଜି ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ଏହି ଛୋଟିଆ ସ୍କୋରରେ ରକ୍ଷା କରି ନ୍ୟୁଜିଲାଣ୍ଡକୁ ରୋକିବା।
ଆଜି ପୁଣି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍‌ ଠାରୁ ଆହୁରି ଖରାପ ଖେଳିଥିଲେ ଏହାର ବ୍ୟାଟସମ୍ୟାନ୍‌ମାନେ । ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ କରିଥିଲେ ମାତ୍ର ୧୧୦ ରନ୍‌ । ଏଥିରେ ସର୍ବାଧିକ ସ୍କୋର ଥିଲା ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୨୬ ରନ୍‌ । ପରେ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରି ଚତୁର୍ଥ ଓଭର୍‌ ସୁଦ୍ଧା ମାର୍ଟିନ୍‌ ଗପଟିଲଙ୍କ ଓ୍ଵିକେଟ୍‌ (୨୦ ରନ୍‌) ହରାଇ ୨୮ ରନ୍‌ କରିଥିଲା ।

ନ୍ୟୁଜିଲାଣ୍ଡ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ । ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ମାତ୍ର ୨୦ ରନ୍‌ ଦେଇ ୩ଟି, ଇସ ଶୋଢି ୧୪ ରନ୍‌ରେ ୨ଟି ଏବଂ ସାଉଦି ଓ ମିଲେନ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ । ଭାରତର ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କ ବ୍ୟାଟିଂ ଏତେ ନୈରାଶ୍ୟଜନକ ଥିଲା ଯେ ଫ୍ୟାନ୍‌ମାନେ ମୁଣ୍ଡ ପିଟି ଦେଇଥିଲେ ।

SCORE

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.