ବିଶ୍ୱକପରେ ପାକିସ୍ତାନକୁ ବୟକଟ୍ ନେଇ ତେଜୁଛି ଦାବି , ପୂରା ଟୁର୍ଣ୍ଣାମେଣ୍ଟରୁ ବ୍ୟାନ୍ ନେଇ ଆଇସିସିକୁ ଚିଠି ଲେଖିପାରେ ବିସିସିଆଇ

କେନ୍ୟୁଜ୍ : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ବିପକ୍ଷ ମ୍ୟାଚ ଭାରତ ନଖେଳୁ ବୋଲି ଦେଶରେ ଦାବି ଜୋର ଧରିଲାଣି। ବହୁ କ୍ରିକେଟର ମତ ରଖୁଥିବା ବେଳେ ବିସିସିଆଇ ଉପରେ ଚାପ ବଢୁଛି। ନିଷ୍ପତ୍ତି ନେଇ ଆସନ୍ତାକାଲି ବସୁଛି ବିସିସିଆଇ ପ୍ରଶାସନିକ କମିଟିର ବୈଠକ। ଏଠାରେ ଆଲୋଚନା ହୋଇପାରେ। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ନୁହେଁ, ପାକିସ୍ତାନକୁ ପୂରା ବିଶ୍ୱକପରେ ବ୍ୟାନ୍ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ-ଆଇସିସି ନିକଟରେ ଦାବି କରିପାରେ ବିସିସିଆଇ। ଏନେଇ ବିସିସିଆଇ ଆଇସିସିକୁ ଚିଠି ଲେଖିପାରେ। ସେହିପରି ଆସନ୍ତା ୨୭ ତାରିଖରେ ଦୁବାଇରେ ବିଶ୍ୱକପ୍ ନେଇ ଆଇସିସି ବୈଠକ ବସିବ। ଏଠାରେ ମଧ୍ୟ ପାକିସ୍ତାନକୁ ବ୍ୟାନ୍ ନେଇ ବିସିବିଆଇ ଦାବି ଉଠାଇପାରେ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବୟକଟ ପାଇଁ ହରଭଜନ ସିଂହଙ୍କ ସମେତ ଆଉ କିଛି କ୍ରିକେଟର ଓ ସଂଗଠନ ଦାବି ଉଠାଇ ଆସୁଛନ୍ତି।