ବିଶ୍ୱକପରେ ଭାରତ ମହିଳା ଟିମ୍ର ଅଭିଯାନ ଆରମ୍ଭ: ଚିର ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ସହ ଭାରତର ପ୍ରଥମ ଭେଟ

କେନ୍ୟୁଜ୍(ବ୍ୟୁରୋ): ନ୍ୟୁଜିଲାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପରେ ଭାରତ ଆରମ୍ଭ କଲା ଅଭିଯାନ । ଭାରତର ପ୍ରଥମ ଭେଟ ଚିରପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ସହ ହୋଇଛି । ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ପ୍ରଥମରୁ ଭାରତୀୟ ଟିମକୁ ଝଟକା ଲାଗିଛି ।
ଶେଫାଳି ବର୍ମା କୌଣସି ରନ ନକରି ଆଉଟ ହୋଇଛନ୍ତି । କ୍ରିଜରେ ଅଛନ୍ତି ସ୍ମୃତି ମନ୍ଧାନା ଓ ଦୀପ୍ତି ଭର୍ମା । ବୋଲିଂରେ ଭେଟେରାନ ଝୁଲଣ ଗୋସ୍ୱାମୀଙ୍କ ସହ ଦୀପ୍ତି ଶର୍ମା ଅଛନ୍ତି । ଭାରତ ଦୁଇଥର ଫାଇନାଲରେ ପହଞ୍ଚିଥିବା ବେଳେ ପାକିସ୍ତାନ କେବେ ବି ଫାଇନାଲ ଖେଳିନି ।