ଭୁବନେଶ୍ୱର(କେନ୍ୟୁଜ୍): ପୁଣି ନିରାଶ କଲା ଭାରତ । ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ରେ ଦ୍ୱିତୀୟ ଥର ପାଇଁ ପରାଜୟ ସାମ୍ନା କରିଛି ଭାରତୀୟ ମହିଳା ଟିମ୍ । ଗତକାଲି କଳିଙ୍ଗ ଷ୍ଟାଡିୟମରେ ମରକ୍କୋଠାରୁ ହାରିଛି ଭାରତ । ୩-୦ ଗୋଲ୍ରେ ବିଜୟୀ ହୋଇଛି ମରକ୍କୋ ।
ପ୍ରଥମରୁ ଆଟାକିଙ୍ଗ୍ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ପରାସ୍ତ ହୋଇଛି ଭାରତ । କ୍ରମାଗତ ଦୁଇଟି ମ୍ୟାଚ୍ ହାରିବା ପରେ ଫୁଟ୍ବଲ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ କରିଛି । ପ୍ରଥମ ମ୍ୟାଚ୍ରେ ଭାରତ ୦-୮ ଗୋଲ୍ରେ ଆମେରିକାଠାରୁ ହାରିଥିଲା । ଅନ୍ୟପଟେ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ବ୍ରାଜିଲ ଓ ଆମେରିକା ମ୍ୟାଚ୍ ୧-୧ରେ ଡ୍ର ରହିଛି ।