ସିରିଜ ପୋଛିନେଲା ଭାରତ, ତୃତୀୟ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜକୁ ୧୧୯ ରନରେ କଲା ପରାସ୍ତ

ଭାରତର କ୍ଲିନ୍‌ ସୁଇପ୍‌ । େଓ୍ଵଷ୍ଟଇଣ୍ଡିଜକୁ ମୂଳପୋଛ କଲା ଭାରତ । ତୃତୀୟ ଦିନିକିଆକୁ ବି ଜିତିନେଲା ଭାରତ । ତିନି ଟିକିଆ ସିରିଜକୁ ୩-୦ରେ ପୋଛି ନେଇଛି ଧାଓ୍ଵନ ବାହିନୀ । ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆ ୧୧୯ରେ ରନରେ ଜିତିନେଇଛି ଭାରତ । େଓ୍ଵଷ୍ଟଇଣ୍ଡିଜ ସମ୍ମୁଖରେ ୨୫୭ରନର ଟାର୍ଗେଟ ରଖିଥିଲା ଭାରତ । ଜବାବରେ େଓ୍ଵଷ୍ଟଇଣ୍ଡିଜ୍‌ ଘୋର ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ୨୬ ଓଭରରେ ୧୩୭ ରନରେ ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ୯୮ ରନର ସୁପର ଇନିଂସ ଖେଳିଥିଲେ ଶୁବମନ ଗିଲ୍‌ । ଅଧିନାୟକ ଶିଖର ଧାଓ୍ଵନ ୫୮ ରନ ଓ ଶ୍ରେୟସ ଆୟର ୪୪ ରନ କରିଥିଲେ । ସେହିଭଳି ବୋଲିଂରେ ଚହଲଙ୍କ ଯାଦୁ ଦେଖିବାକୁ ମିଳିଥିଲା । ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ ଯୁଝବେନ୍ଦ୍ର ଚହଲ ।

Leave A Reply

Your email address will not be published.