ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଲା ଭାରତ, କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତର ଦମଦାର ବିଜୟ

ନ୍ୟୁଜିଲାଣ୍ଡ ଭୂମିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଲା ଭାରତ। ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି। କେଏଲ ରାହୁଲ ଓ ଶ୍ରେୟସ ଆୟାରଙ୍କ ଅର୍ଧଶତକ ଏବଂ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜରେ ୧-୦ରେ ଆଗୁଆ ରହିଛି।

Image result for india newzland cricket today match pic

ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୦୩ରନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ୍ ମୁନରୋ ସର୍ବାଧିକ ୫୯ ରନ, ରସ ଟେଲର ୫୪ ଓ କେନ୍ ଓ୍ୱିଲମସନ୍ ୫୧ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗୁପ୍ଟିଲ ୩୦ ରନ କରିଥିଲେ। ଯାହା ଫଳରେ ଦଳ ୨୦୩ ରନର ବିଶାଳ ସ୍କୋର କରିଥିଲା।

View image on Twitter

୨୦୪ରନର ବିଜୟ ଲକ୍ଷ୍ୟ ରଖି ଭାରତ ପ୍ରଥମେ ରୋହିତ ଶର୍ମାଙ୍କ ମଇଦାନକୁ ଛାଡିଥିଲା । ରୋହିତ ମାତ୍ର ୭ ରନ କରି ଆଉଟ ହୋଇଥିଲେ।  ଲୋକେଶ ରାହୁଲଙ୍କ ଆଉଟ୍ ପରେ ଅଧିନାୟକ ବିରାଟ କୋହଲି ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। କୋହଲି ୩୨ ବଲରୁ ୩ ଚୌକା ଓ ୧ ଛକା ସହାୟତାରେ ୪୫ ରନର ଉଲ୍ଲେଖନୀୟ ପାଳି ଖେଳି ପାଭିଲିୟନ ଫେରିଥିଲେ। ଶିବମ ଦୁବେ ୧୩ ରନ କରି ବିଦାୟ ନେଇଥିଲେ। ଏହା ପରେ ଶ୍ରେୟସ ଆରୟ ଓ ମନୀଷ ପାଣ୍ଡେ ବ୍ୟାଟିଂ  ସମ୍ଭାଳି ଦଳକୁ ବିଜୟର ନିକଟତର କରାଇଥିଲେ।

Image result for india newzland cricket today match picନ୍ୟୁଜିଲାଣ୍ଡ ତରଫରୁ ଇସ୍ ସୋଧୀ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ମିଚେଲ ସାଣ୍ଟର୍ ଓ ବ୍ଲେଆର୍ ଟିକନର୍ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ। ଖାସ୍ କରି ଶ୍ରେୟସ ଆୟର ବିସ୍ଫୋରକ ବ୍ୟାଟିଂ କରି ୨୬ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୯ ବଲରୁ ୫ ଚୌକା ଓ ୩ ଛକା ଜରିଆରେ ୫୮ ରନର ଅପରାଜିତ ପାଳି ଖେଳି ଦଳକୁ ବିଜୟୀ କରାଇଥିଲେ। ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ଭାରତ ୧୯ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୨୦୪ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମନୀଷ ପାଣ୍ଡେ ୧୪ ରନ କରି ଅପରାଜିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.