ବର୍ଷା ସାଜିଲା ବାଧକ, ନଟିଂହାମ୍‌ରେ ଭାରତ – ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ

ବର୍ଷା ସାଜିଲା ବାଧକ । ନଟିଂହାମ୍‌ରେ ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲ । ଖରାପ ପାଗ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଫଳରେ ଉଭୟ ଦଳକୁ ୧-୧ ପଏଣ୍ଟ ମଳିଛିି । ଆଜି ମ୍ୟାଚ ପୂର୍ବରୁ ବର୍ଷା ଜାରି ରହିଥିଲା । ଏପରିକି ଟସ୍‌ ବି ପଡିନଥିଲା । ନଟିଂହାମ୍‌ରେ ବର୍ଷା ଯୋଗୁଁ ପିଚ୍‌କୁ ଘୋଡ଼ାଇ ରଖାଯାଇଥିଲା । ବାରମ୍ବାର ପିଚ୍‌କୁ କ୍ୟୁରେଟର୍‌ ସ୍ଥିତି ପରଖୁବା ପରେ ମ୍ୟାଚ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପର୍ଯ୍ୟନ୍ତ ବିଶ୍ୱକପରେ ଦୁଇ ଦଳ ଅପରାଜେୟ ଅଛନ୍ତି। ନ୍ୟୁଜିଲାଣ୍ଡ ୪ଟି ଓ ଭାରତ ଖେଳିଥିବା ୩ଟିଯାକ ମ୍ୟାଚ୍‌ ଜିତିଛନ୍ତି । ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ଏକ ନମ୍ବର ସ୍ଥାନରେ ଥିବା ବେଳେ ଟିମ୍‌ ଇଣ୍ଡିଆ ତୃତୀୟ ନମ୍ବରରେ ରହିଛି । ୧୬ ବର୍ଷ ପରେ ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ-ନ୍ୟୁଜିଲାଣ୍ଡ । ତେବେ ମ୍ୟାଚ ଖେଳାଯାଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.