ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ , ନାଗପୁରରେ ବିଜୟ ଧାରା ବଜାୟ ରଖିବାକୁ ଉଦ୍ୟମ କରିବ ଭାରତ

ନାଗପୁର(କେନ୍ୟୁଜ୍) : ଆଜି ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ। ହାଇଦ୍ରାବାଦରେ ପ୍ରଥମ ଦିନିକିଆରେ ବିଜୟ ଲାଭ କରିବା ପରେ ଆଜି ଦ୍ୱିତୀୟ ଦିନିକିଆରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ସେପଟ ସିରିଜକୁ କମବ୍ୟାକ କରିବାକୁ ଚାହୁଁଥିବା ଅଷ୍ଟ୍ରେଲିଆକୁ ଘାରିଛି ହିଟମ୍ୟାନ ରୋହିତ ଶର୍ମାଙ୍କ ଚିନ୍ତା। ୱାର୍ଲଡ କପ୍‌ ଟିମରେ ସ୍ଥାନ ପାଇବାକୁ ଥିବା ଦାବିଦାର ଥିବା କେତେକ ଖେଳାଳିଙ୍କ ପାଇଁ ଏହି ମ୍ୟାଚ ଦକ୍ଷତା ପ୍ରମାଣ କରିବାର ଆଉ ଏକ ସୁଯୋଗ ମିଳିବ।

indiacricketପ୍ରଥମ ଦିନିକିଆରେ ଟିମ ଇଣ୍ଡିଆ ପ୍ରଭାବଶାଳୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା। ଟପ୍‌ ଅର୍ଡର ବିଫଳ ହେବା ପରେ ଧୋନି ଓ କେଦାର ଯାଦବ ଲଢୁଆ ଇନିଂସର ପ୍ରଦର୍ଶନ କରିଥିଲେ। ଏହା ଧୋନିଙ୍କୁ ବିଶ୍ୱକପରେ ପ୍ରଦର୍ଶନ ପାଇଁ ସହାୟକ ହେବ। ସେପଟେ ଅଷ୍ଟ୍ରେଲିଆ ଭାରତ ବିରୋଧରେ ଲଢୁଆ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ତେବେ ଅଧିନାୟକ ଆରୋନ ଫିଞ୍ଚଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

 

Leave A Reply

Your email address will not be published.